କରୋନା ମହାମାରୀ ଯୋଗୁ ସବୁ କିଛି ଠପ୍ ହୋଇଯାଇଛି। ଧାର୍ମିକ ସ୍ଥାନଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏଣୁ ଅନେକ ଦିନ ହେବ ବିଭିନ୍ନ ବଡ଼ ବଡ଼ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହୋଇ ରହିଛି। ତେବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବାରୁ ଏବେ ମନ୍ଦିରଗୁଡ଼ିକ ଖୋଲିବା ଉପରେ ସରକାର ଦୃଷ୍ଟି ଦେଉଛନ୍ତି। ଦେଶର ଅନ୍ୟ ସ୍ଥାନ ଭଳି ମୁମ୍ବାଇରେ ମଧ୍ୟ ମନ୍ଦିରଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ଏହି ଧାରାରେ ଆସନ୍ତାକାଲିଠାରୁ ଖୋଲୁଛି ସିଦ୍ଧି ବିନାୟକ ମନ୍ଦିର।
ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍ ଅକ୍ଟୋବର ୭ରୁ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଘୋଷଣା କରିଛନ୍ତି। ଏଣୁ କାଲି ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲୁଛି। ଶ୍ରୀ ସିଦ୍ଧିବିନାୟକ ଗଣପତି ଟେମ୍ପଲ ଟ୍ରଷ୍ଟ ଭକ୍ତଙ୍କ ଦର୍ଶନ ଲାଗି ଗାଇଡ୍ଲାଇନ୍ ଘୋଷଣା କରିଛି।
ରିପୋର୍ଟ ମୁତାବକ, ପ୍ରତି ଘଣ୍ଟାରେ କେବଳ ୨୫୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଦର୍ଶନ ପାଇଁ ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରି-ବୁକିଂ ବ୍ୟବସ୍ଥା ଲାଗୁ କରାଯିବ। ଭକ୍ତମାନେ ମନ୍ଦିର ଟ୍ରଷ୍ଟ ଆପ୍ରେ କ୍ୟୁଆର କୋର୍ଡ ସ୍କାନ୍ କରି ପ୍ରି-ବୁକିଂ କରିପାରିବେ। ପ୍ରତି ଘଣ୍ଟାରେ ଦର୍ଶନ ପାଇଁ ସର୍ବାଧିକ ୨୫୦ ଜଣ ଶ୍ରଦ୍ଧାଳୁଙ୍କୁ କୋଡ୍ ଜାରି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…