ଅତି ଜଘନ୍ୟ : ଆମ୍ବୁଲାନ୍ସ ଭିତରେ ଦୁଷ୍କର୍ମର ଶିକାର ହେଲେ ୧୫ ବର୍ଷୀୟା ନାବାଳିକା

ଲାହୋର: ଆମ୍ବୁଲାନ୍ସ ଭିତରେ ନାବାଳିକାକୁ ଦୁଷ୍କର୍ମ । ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ଅଞ୍ଚଳରେ । ଦୁଇ ଜଣ ବ୍ଯକ୍ତି ଏକ ୧୫ ବର୍ଷର ଶିଖ୍ ଝିଅ ସହିତ ଦୁଷ୍କର୍ମ କରିଥିବା ପୋଲିସ୍ ସୂଚନା ଦେଇଛି । ଝିଅଟିର ମାନସିକ ସନ୍ତୁଳନ ଠିକ୍ ନଥିଲା । ଗତ ଶନିବାର ଦିନ ପ୍ରାୟ ୮୦ କିମି ଦୂର ନାନକାନା ସାହେବ ସହରର ଏକ ଗୁରୁଦ୍ବାରରୁ ସେ ନିଖୋଜ ହୋଇଯାଇଥିଲା । ଝିଅଟି ନ ଫେରିବାରୁ ପରିବାର ଲୋକେ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ ।

ଝିଅଟିର ବାପା କହିଛନ୍ତି କି ପରିବାର ଲୋକେ ନାନକାନା ବାଇପାସ୍ ରେ ପାର୍କିଙ୍ଗ ହୋଇଥିବା ପଞ୍ଜାବ ଜରୁରୀ କାଳୀନ ସେବା ପାଇଁ ଉଦ୍ଦିଷ୍ଟ ରେସକ୍ଯୁ-୧୧୨୨ ଆମ୍ବୁଲାନ୍ସକୁ ଦେଖିଥିଲେ । ସେମାନେ କହିଛନ୍ତି, ଆମେ ଆମ୍ବୁଲାନ୍ସ ଭିତରେ ଚିଲାଉଥିବା ଏକ ଝିଅର ପାଟି ଶୁଣି ସେଠାକୁ ଯାଇଥିଲୁ । ସେଠାରେ ଦୁଇଜଣ ପୁରୁଷ ଆମ ଝିଅ ସହ ଜବରଦସ୍ତି କରୁଥିବା ମଧ୍ୟ ଦେଖିଥିଲୁ । ଆମକୁ ଦେଖିବାପରେ ଅପରାଧୀମାନେ ସେଠାରୁ ତୁରନ୍ତ ପଳାଇଥିଲେ ଏବଂ ୨ କିମି ଦୂରରେ ଝିଅରୁ ଗାଡି ବାହାରକୁ ଫିଙ୍ଗି ଦେଇଥିଲେ । ସେଠାରୁ ଝିଅକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ପୀଡିତାଙ୍କ ବାପା କରିଛନ୍ତି ।

ଅନ୍ଯପଟେ, ନାନକାନା ସହରର ପୋଲିସ ଅଧିକାରୀ ନଦୀମ ଅହମ୍ମଦ କହିଛନ୍ତି କି ରେସକ୍ଯୁ-୧୧୨୨ରେ ଥିବା ସରକାରୀ କର୍ମଚାରୀ ଦୁଇଜଣ ହେଉଛନ୍ତି ଏହସାନ୍ ଅଲ୍ଲୀ ଏବଂ ସମୀନ ହାଇଦର । ଉଭୟଙ୍କ ବିପକ୍ଷରେ ପ୍ରାଥମିକ ତଦନ୍ତ ପରେ କେଶ ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଛି ।

ରେସକ୍ଯୁ-୧୧୨୨ର ପ୍ରବକ୍ତା ମହମ୍ମଦ ଫାରୁକ୍ କହିଛନ୍ତି କି, ବିଭାଗ ଦ୍ବାରା ୨ଜଣ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହାର ଅଧିକ ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ରେସକ୍ଯୁ-୧୧୨୨ର ୧୪ ବର୍ଷ ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ, ଦୁଇ ଅଭିଯୁକ୍ତ ନିଜର ଶପଥକୁ ଉଲ୍ଲଙ୍ଘନ କରିଛନ୍ତି । ଏହି ମାମଲାରେ ବିଭାଗ ସମ୍ପୂର୍ଣ୍ଣ ରୂପେ ପୋଲିସକୁ ସହଯୋଗ କରିବେ ବୋଲି ଫାରୁକ୍ କହିଛନ୍ତି ।

 

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

2 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

4 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

12 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

37 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

46 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago