ଅତି ଜଘନ୍ୟ : ଆମ୍ବୁଲାନ୍ସ ଭିତରେ ଦୁଷ୍କର୍ମର ଶିକାର ହେଲେ ୧୫ ବର୍ଷୀୟା ନାବାଳିକା

ଲାହୋର: ଆମ୍ବୁଲାନ୍ସ ଭିତରେ ନାବାଳିକାକୁ ଦୁଷ୍କର୍ମ । ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ଅଞ୍ଚଳରେ । ଦୁଇ ଜଣ ବ୍ଯକ୍ତି ଏକ ୧୫ ବର୍ଷର ଶିଖ୍ ଝିଅ ସହିତ ଦୁଷ୍କର୍ମ କରିଥିବା ପୋଲିସ୍ ସୂଚନା ଦେଇଛି । ଝିଅଟିର ମାନସିକ ସନ୍ତୁଳନ ଠିକ୍ ନଥିଲା । ଗତ ଶନିବାର ଦିନ ପ୍ରାୟ ୮୦ କିମି ଦୂର ନାନକାନା ସାହେବ ସହରର ଏକ ଗୁରୁଦ୍ବାରରୁ ସେ ନିଖୋଜ ହୋଇଯାଇଥିଲା । ଝିଅଟି ନ ଫେରିବାରୁ ପରିବାର ଲୋକେ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ ।

zଝିଅଟିର ବାପା କହିଛନ୍ତି କି ପରିବାର ଲୋକେ ନାନକାନା ବାଇପାସ୍ ରେ ପାର୍କିଙ୍ଗ ହୋଇଥିବା ପଞ୍ଜାବ ଜରୁରୀ କାଳୀନ ସେବା ପାଇଁ ଉଦ୍ଦିଷ୍ଟ ରେସକ୍ଯୁ-୧୧୨୨ ଆମ୍ବୁଲାନ୍ସକୁ ଦେଖିଥିଲେ । ସେମାନେ କହିଛନ୍ତି, ଆମେ ଆମ୍ବୁଲାନ୍ସ ଭିତରେ ଚିଲାଉଥିବା ଏକ ଝିଅର ପାଟି ଶୁଣି ସେଠାକୁ ଯାଇଥିଲୁ । ସେଠାରେ ଦୁଇଜଣ ପୁରୁଷ ଆମ ଝିଅ ସହ ଜବରଦସ୍ତି କରୁଥିବା ମଧ୍ୟ ଦେଖିଥିଲୁ । ଆମକୁ ଦେଖିବାପରେ ଅପରାଧୀମାନେ ସେଠାରୁ ତୁରନ୍ତ ପଳାଇଥିଲେ ଏବଂ ୨ କିମି ଦୂରରେ ଝିଅରୁ ଗାଡି ବାହାରକୁ ଫିଙ୍ଗି ଦେଇଥିଲେ । ସେଠାରୁ ଝିଅକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ପୀଡିତାଙ୍କ ବାପା କରିଛନ୍ତି ।

zzଅନ୍ଯପଟେ, ନାନକାନା ସହରର ପୋଲିସ ଅଧିକାରୀ ନଦୀମ ଅହମ୍ମଦ କହିଛନ୍ତି କି ରେସକ୍ଯୁ-୧୧୨୨ରେ ଥିବା ସରକାରୀ କର୍ମଚାରୀ ଦୁଇଜଣ ହେଉଛନ୍ତି ଏହସାନ୍ ଅଲ୍ଲୀ ଏବଂ ସମୀନ ହାଇଦର । ଉଭୟଙ୍କ ବିପକ୍ଷରେ ପ୍ରାଥମିକ ତଦନ୍ତ ପରେ କେଶ ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଛି ।

zzzzରେସକ୍ଯୁ-୧୧୨୨ର ପ୍ରବକ୍ତା ମହମ୍ମଦ ଫାରୁକ୍ କହିଛନ୍ତି କି, ବିଭାଗ ଦ୍ବାରା ୨ଜଣ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହାର ଅଧିକ ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ରେସକ୍ଯୁ-୧୧୨୨ର ୧୪ ବର୍ଷ ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ, ଦୁଇ ଅଭିଯୁକ୍ତ ନିଜର ଶପଥକୁ ଉଲ୍ଲଙ୍ଘନ କରିଛନ୍ତି । ଏହି ମାମଲାରେ ବିଭାଗ ସମ୍ପୂର୍ଣ୍ଣ ରୂପେ ପୋଲିସକୁ ସହଯୋଗ କରିବେ ବୋଲି ଫାରୁକ୍ କହିଛନ୍ତି ।

 

Leave A Reply

Your email address will not be published.