ସିଙ୍ଗାପୁରରେ ଆରମ୍ଭ ହେଲା ଗାର୍ଡେନ ବସ ସେବା, ଏମିତି ଦେବ ଯାତ୍ରୀଙ୍କୁ ଫାଇଦା

ସିଙ୍ଗାପୁର : ସିଙ୍ଗାପୁରରେ ଆରମ୍ଭ ହୋଇଛି ଏସିଆର ସର୍ବ ପ୍ରଥମ ଗାର୍ଡେନ ବସ ସେବା। ‘ଗାର୍ଡେନ ଅନ ଦ ମୁଭ’ ଅଭିଜାନ ମାଧ୍ୟମରେ ଚଲାଯାଉଛି ଏହି ବସ। ଏହି ବସର ଛାତ ଉପରେ ୧.୮X୧.୫ ମିଟର ଆକାରର ଦୁଇଟି ଗ୍ରୀନ ପ୍ୟାନେଲ ଲଗାଯାଇଛି। ସଧାରଣ ଭାବେ ମାଟିବାଲା ଏହି ଗ୍ରୀନ ପ୍ୟାନେଲର ଓଜନ ୨୫୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏଥିରେ ମାଟି ବଦଳରେ କାର୍ବନ ଫାଇବରର ବ୍ୟବହାର କରାଯାଇଛି। ଯାହାକୁ ଗ୍ୟାମେଟ ମଧ୍ୟ କୁହାଯାଏ। ଏଥିରେ ପାଣି ଶୁଖାଇବା ଭଳି ଫାଇବର ଲାଗିଛି ଯାହା ପାଣିକୁ ଶୁଖାଇବାରେ ସାହାଯ୍ୟ କରିଥାଏ। ଏହାର ଓଜନ ପାଖାପାଖି ୪୦ କିଲୋ ହୋଇଥାଏ। ଏଥିରେ ଅଧିକ ପାଣି ମଧ୍ୟ ଦେବାକୁ ପଡିନଥାଏ। ବର୍ଷରେ ୩ କିମ୍ବା ୪ଥର ଏହାକୁ ମେଣ୍ଟେନାନ୍ସ କରିବାକୁ ପଡିଥାଏ ।

ଗୋଟିଓ ଗ୍ରୀନ ଛାତର ମୂଲ୍ୟ ୧୦ ହଜାର ଅଟେ। GWS ଲିଭିଙ୍ଗ ଆର୍ଟ ସିଙ୍ଗାପୁର ଗ୍ରୀନ ବିଲଡିଙ୍ଗ   କାଉଁସିଲ ଓ ଏନପି ପାର୍କସର ନିର୍ଦେଶରେ ଏହି ପ୍ରେଜେକ୍ଟ ଚଲାଯାଇଛି। ବର୍ତ୍ତମାନ ସିଙ୍ଗାପୁର ପବ୍ଲିକ ଟ୍ରାନ୍ସପୋର୍ଟର ୧୦ ବସରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାର୍ଡେନ ଛାତ ତିଆରି କରାଯାଇଛି। ପ୍ରଥମ ତିନି ମାସ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟକୁ ମନିଟରିଂ କରାଯିବ। ପରେ ଅସବୁଧା ସବୁକୁ ସୁଧାରୀ ୪୦୦ ବସ ଉପରେ ଗ୍ରୀନଛାତ କାରାଯିବ।

କଣ ରହିଛି ଏହି ବସର ବିଶେଷତ୍ବ

 

୧ ଏସି ଜରୁରୀ ହୋଇନଥାଏ ଏଥିପାଇଁ ତେଲ ଖର୍ଚ୍ଚ କମ ହୋଇଥାଏ

ପ୍ରୋଜେକ୍ଟ ଆଡଭାଇଜର ଡା.ଚେନ ଲୁଆଙ୍ଗଙ୍କ ମୁତାବକ, ଗ୍ରୀନ ବସରେ ଏସି ଚଲାଇବାକୁ ପଡିନଥାଏ। ଏଥିପାଇଁ ତେଲ ଖର୍ଚ୍ଚବି କମ ହୋଇଥାଏ। ଅନୁମାନରେ ଦିନଯାକରେ ଗୋଟିଏ ବସରେ ୧୫ରୁ୨୦ ଶତକଡା ତେଲ କମ ଖର୍ଚ୍ଚ ହୋଇଥାଏ।

୨ ବସରେ ତାପମାନ ମାପିବା ପାଇଁ ସେନ୍ସର ଲାଗିଛି

ବସର ଛାତ ଉପରେ ଓ ଭିତରେ ପାର୍ଶ୍ବରେ ସେନ୍ସର ଲାଗିଛି,ଏଥିରେ ତାପମାନର ମାତ୍ରା ଜଣାପଡିଯାଏ। ବସର ଗ୍ରୀନ ଛାତ ଭିତରକୁ ଖରାର ଉତ୍ତାପ ପ୍ରବେଶ କରିବାକୁ ଦେଇନଥାଏ।ଏଥିପାଇଁ ଭିତର ତାପମାତ୍ରା ବାହାର ତାପମାତ୍ରା ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଥାଏ।

୩ ଖରା ଓ ପବନର ପ୍ରତିରୋଧ କରଥିବା ଚାରା ଲଗାଯାଇଛି

ଏହି ମ୍ୟାଟରେ ଲଗାଯାଉଥିବା ଚାରାର ବିଶେଷତ୍ବ ହେଲା ଏହା ଖରା ସହିତ ପବନର ବେଗକୁ ସହ୍ୟ କରିପାରେ। ତାପମାତ୍ରା ଅଧିକ ହେବା ଦ୍ବାରା ମଉଳୀ ଯାଇନଥାଏ। ଏହାକୁ ପ୍ରଥମ ପ୍ୟାନେଲରେ ରୋପଣ କରାଯାଇଥାଏ,ପରେ ପ୍ୟାନେଲର ବେଶରେ ଲାଗାଇ ଦିଆଯାଇଥାଏ

୪ ଇଲେକ୍ଟ୍ରୀକ୍ ବସ ପାଇଁ ମଧ୍ୟ ଫାଇଦା ଦେଇଥାଏ

ଗ୍ରୀନ ଛାତରୁ ଇଲେକ୍ଟ୍ରୀକ୍ ବସରେ ବ୍ୟାଟେରୀର ଖର୍ଚ୍ଚ କମ କରିଥାଏ। ସିଙ୍ଗାପୁର ଗ୍ରୀନ ବିଲଡିଙ୍ଗ କାଉଁସିଲର ଷ୍ଟଡିରେ ଏହି କଥା ସାମ୍ନାକୁ ଆସିଛି ଯେ,ଏସି ଚାଲୁ ନକରିବା ଦ୍ବାରା ବ୍ୟାଟେରୀ ଖର୍ଚ୍ଚ ୨୫ ପ୍ରତିଶତ କମ ହୋଇଥାଏ। ଅର୍ଥାତ ଜଲଦି ଚାର୍ଜ କରିବାକୁ ପଡିନଥାଏ ।

Sasmita

Recent Posts

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

8 mins ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

27 mins ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

28 mins ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

1 hour ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

1 hour ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

1 hour ago