photo : abplive.com
ଅପହରଣ ଓ ବଳାତ୍କାରୀ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଦେଶରୁ ଫେରାର ହୋଇଯାଇଛି । ଏବେ ସେ ନିଜ ଦେଶ ୟୁନାଇଟେଡ ଷ୍ଟେଟସ୍ କୈଳାସା ବନାଇଥିବା ଖବର ସୋସିଆଲ ମିଡିଆରେ ପ୍ରଚାର ଚଳାଇଛି । ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ନିଜ ଦେଶରେ ନାଗରିକତା ନେବାକୁ ସେ ଅପିଲ କରିଛି ।
ଏହି ପୋଷ୍ଟରେ ସେ ଲେଖିଛି, ‘ଯଦି ଆପଣ ହିନ୍ଦୁ ଧର୍ମ ପାଳନ କରୁଛନ୍ତି ଓ ହିନ୍ଦୁ ବିଚାରଧାରା ଗ୍ରୁପ ସହ ଯୋଡି ହେବାକୁ ଚାହୁଁଛନ୍ତି, ତେବେ ମାଗଣାରେ ‘କୈଳାସା’ ର ଇ-ନାଗରିକତା ନେଇପାରିବେ । ଏହାଦ୍ୱାରା ଆପଣ ଏକ ଚିରନ୍ତନ ହିନ୍ଦୁ ପରିବାରର ଅଂଶ ବନିପାରିବେ । କୈଳାସା ନାମକ ଆକାଉଣ୍ଟରେ କେତେଗୁଡିଏ ଟ୍ଵିଟ୍ କରାଯାଇଛି ।
ଏମିତି କ’ଣ ମିଳିପାରିବ ନାଗରିକତା ?
ଟ୍ଵିଟରେ gov.koogle.sk/sign-up/ ନାମରେ ଲିଙ୍କ ଦିଆଯାଇଛି । ଏହା ଉପରେ କ୍ଲିକ କରିବା ପରେ ୟୁନାଇଟେଡ ଷ୍ଟେଟସ ଅଫ୍ କୈଳାସା, ଦି ଫାଷ୍ଟ ହିନ୍ଦୁ ନେସନ ନାମରେ ଏକ ପେଜ ଖୋଲୁଛି । ଯେବେ ଏହି ପେଜରେ ସ୍କ୍ରୋଲ ଡାଉନ କରିବେ,ଏଥିରେ ନାମ, ଇମେଲ, ଆଡ୍ରେସ,ସିଟି,ଷ୍ଟେଟ, ପୋଷ୍ଟାଲ କୋଡ, ଦେଶ, ପ୍ରଫେସନ ଓ ଫୋନ ନମ୍ବର ଭଳି ସ୍ତମ୍ବ ଦିଆଯାଇଛି । ଯାହାକୁ ଆପଣ ପୂର୍ଣ୍ଣ କରିବେ । କୈଳାସା ପେଜରେ ଦାବି କରାଯାଉଛି ଯେ ଏମିତି ନାଗରିକତା ମିଳିବ । ତେବେ ସିଟିଜେନସିପ ନେବା ପରେ କୈଳାସା କେମିତି ପହଞ୍ଚିବେ ସେ ସମ୍ପର୍କରେ କିଛି କୁହାଯାଇନାହିଁ ।
କେଉଁଠି କୈଳାସା ?
ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ବିବିସିର ଏକ ରିପୋର୍ଟ ମୁତାବିକ ନିତ୍ୟାନନ୍ଦ ଇକ୍ୱାଡୋର କୂଳରେ ଏକ ଦ୍ୱୀପ (ଆଇଲାଣ୍ଡ) କିଣିଛି । ଏହି ସ୍ଥାନରେ ସେ କୈଳାସା ସ୍ଥାପନ କରିବ ବୋଲି ଦାବି କରିଛି । ସୋସିଆଲ ମିଡିଆ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏହି ଦେଶ ସମ୍ପର୍କରେ କୌଣସି ଖବର ନଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ, ନିତ୍ୟାନନ୍ଦ ୨୦୧୯ ରୁ ଦେଶ ଛାଡି ପଳାତକ ହୋଇଥିବା ବେଳେ ତା ନାମରେ ଗିରଫ ବିହୀନ ପରଓ୍ଵାନା ଜାରି ରହିଛି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…