ନିତ୍ୟାନନ୍ଦ ଦେଶ : ପଳାତକ ନିତ୍ୟାନନ୍ଦର ‘କୈଳାସା’ ଦେଉଛି ମାଗଣା ନାଗରିକତା, ସୋସିଆଲ ମିଡିଆରେ ହେଉଛି ପ୍ରଚାର

ଅପହରଣ ଓ ବଳାତ୍କାରୀ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଦେଶରୁ ଫେରାର ହୋଇଯାଇଛି । ଏବେ ସେ ନିଜ ଦେଶ ୟୁନାଇଟେଡ ଷ୍ଟେଟସ୍‌ କୈଳାସା ବନାଇଥିବା ଖବର ସୋସିଆଲ ମିଡିଆରେ ପ୍ରଚାର ଚଳାଇଛି । ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ନିଜ ଦେଶରେ ନାଗରିକତା ନେବାକୁ ସେ ଅପିଲ କରିଛି ।

ଅପହରଣ ଓ ବଳାତ୍କାରୀ ଅଭିଯୁକ୍ତ ବାବା ନିତ୍ୟାନନ୍ଦ ଦେଶରୁ ଫେରାର ହୋଇଯାଇଛି । ଏବେ ସେ ନିଜ ଦେଶ ୟୁନାଇଟେଡ ଷ୍ଟେଟସ୍‌ କୈଳାସା ବନାଇଥିବା ଖବର ସୋସିଆଲ ମିଡିଆରେ ପ୍ରଚାର ଚଳାଇଛି । ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ନିଜ ଦେଶରେ ନାଗରିକତା ନେବାକୁ ସେ ଅପିଲ କରିଛି ।

ଏହି ପୋଷ୍ଟରେ ସେ ଲେଖିଛି, ‘ଯଦି ଆପଣ ହିନ୍ଦୁ ଧର୍ମ ପାଳନ କରୁଛନ୍ତି ଓ ହିନ୍ଦୁ ବିଚାରଧାରା ଗ୍ରୁପ ସହ ଯୋଡି ହେବାକୁ ଚାହୁଁଛନ୍ତି, ତେବେ ମାଗଣାରେ ‘କୈଳାସା’ ର ଇ-ନାଗରିକତା ନେଇପାରିବେ । ଏହାଦ୍ୱାରା ଆପଣ ଏକ ଚିରନ୍ତନ ହିନ୍ଦୁ ପରିବାରର ଅଂଶ ବନିପାରିବେ । କୈଳାସା ନାମକ ଆକାଉଣ୍ଟରେ କେତେଗୁଡିଏ ଟ୍ଵିଟ୍‌ କରାଯାଇଛି ।

ଏମିତି କ’ଣ ମିଳିପାରିବ ନାଗରିକତା ?

ଟ୍ଵିଟରେ gov.koogle.sk/sign-up/ ନାମରେ ଲିଙ୍କ ଦିଆଯାଇଛି । ଏହା ଉପରେ କ୍ଲିକ କରିବା ପରେ ୟୁନାଇଟେଡ ଷ୍ଟେଟସ ଅଫ୍‌ କୈଳାସା, ଦି ଫାଷ୍ଟ ହିନ୍ଦୁ ନେସନ ନାମରେ ଏକ ପେଜ ଖୋଲୁଛି । ଯେବେ ଏହି ପେଜରେ ସ୍କ୍ରୋଲ ଡାଉନ କରିବେ,ଏଥିରେ ନାମ, ଇମେଲ, ଆଡ୍ରେସ,ସିଟି,ଷ୍ଟେଟ, ପୋଷ୍ଟାଲ କୋଡ, ଦେଶ, ପ୍ରଫେସନ ଓ ଫୋନ ନମ୍ବର ଭଳି ସ୍ତମ୍ବ ଦିଆଯାଇଛି । ଯାହାକୁ ଆପଣ ପୂର୍ଣ୍ଣ କରିବେ । କୈଳାସା ପେଜରେ ଦାବି କରାଯାଉଛି ଯେ ଏମିତି ନାଗରିକତା ମିଳିବ । ତେବେ ସିଟିଜେନସିପ ନେବା ପରେ କୈଳାସା କେମିତି ପହଞ୍ଚିବେ ସେ ସମ୍ପର୍କରେ କିଛି କୁହାଯାଇନାହିଁ ।

କେଉଁଠି କୈଳାସା ?

ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ବିବିସିର ଏକ ରିପୋର୍ଟ ମୁତାବିକ ନିତ୍ୟାନନ୍ଦ ଇକ୍ୱାଡୋର କୂଳରେ ଏକ ଦ୍ୱୀପ (ଆଇଲାଣ୍ଡ) କିଣିଛି । ଏହି ସ୍ଥାନରେ ସେ କୈଳାସା ସ୍ଥାପନ କରିବ ବୋଲି ଦାବି କରିଛି । ସୋସିଆଲ ମିଡିଆ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏହି ଦେଶ ସମ୍ପର୍କରେ କୌଣସି ଖବର ନଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ, ନିତ୍ୟାନନ୍ଦ ୨୦୧୯ ରୁ ଦେଶ ଛାଡି ପଳାତକ ହୋଇଥିବା ବେଳେ ତା ନାମରେ ଗିରଫ ବିହୀନ ପରଓ୍ଵାନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.