ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼। ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୨୮ ମାର୍ଚ୍ଚ ସନ୍ଧ୍ୟାରେ ଏହି ସୌର ଝଡ଼ ବା ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ହେବ। ତେବେ ଏହାର ପ୍ରଭାବ ପୃଥିବୀ ଉପରେ କେମିତି ପଡ଼ିବ ବା କେତେ ଭୟଙ୍କର ହେବ ସେ ନେଇ ଏବେ ଯାଏଁ ବୈଜ୍ଞାନିକମାନେ ଆକଳନ କରିପାରିନାହାନ୍ତି। ଆଜି ସକାଳେ ଏହି ଝଡ଼ ପୃଥିବୀ ନିକଟରେ ଗତି କରିବାର ଥିଲା। କିନ୍ତୁ ଏହାର ପ୍ରଭାବ ସନ୍ଧ୍ୟା ସମୟରେ ରହିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି।
ନାସା ଓ ଆମେରିକାନ୍ ନ୍ୟାସନାଲ ଓସିୟନିକ ଆଣ୍ଡ୍ ଆଟମସ୍ଫିୟରିକ ଆଡମିନିଷ୍ଟ୍ରେସନ୍ର ଅନୁମାନରେ କିଛିଟା ଅନ୍ତର ଦେଖିବାକୁ ମିଳିଛି। ନାସା ପକ୍ଷରୁ କୁହାଯାଇଛି ଯେ ଆଜି ସକାଳେ ଏହା ଧକ୍କା ହେବ। କିନ୍ତୁ ଆମେରିକାର ଏନ୍ଓଏଏ କହିଛି ଯେ ଆଜି ସନ୍ଧ୍ୟାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ୟୁକେର କିଛି ଅଂଶରେ ଆକାଶରେ ଏ ଅବସରରେ ବିଜୁଳି ଚମକୁଥିବାର ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।
ବୈଜ୍ଞାନିକଙ୍କ ମୁତାବକ, ଯେତେବେଳେ ସୋଲାର ଓ୍ଵିଣ୍ଡ୍ସ ପୃଥିବୀର ମ୍ୟାଗ୍ନେଟିକ ଫିଲ୍ଡରେ ପ୍ରବେଶ କରିଥାଏ, ସେତେ ବେଳେ ତୀବ୍ର ଆଲୋକ ଉତ୍ପନ୍ନ ହୋଇଥାଏ। ଏହାକୁ ଓରୋରା ପୋଲେରିସ୍ କୁହାଯାଏ। ଉତ୍ତର ଧ୍ରୁବରେ ଏହାକୁ ଉତ୍ତରୀ ପ୍ରକାଶ ମଧ୍ୟ କୁହାଯାଏ। ଏହି ସୌର ଝଡ଼ ଯୋଗୁ ପୃଥିବୀ ଉପରେ ଜୋରଦାର ଚାପ ପଡ଼ିବ ବୋଲି ଅନୁମାନ କରାଯାଉଛି।
Also Read: ବାବା ଅମରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ପ୍ରସ୍ତୁତ ହୋଇଯାଆନ୍ତୁ, ଏହି ଦିନଠୁ ଆରମ୍ଭ ହେଉଛି ଯାତ୍ରା
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…