ଆଜି ପୃଥିବୀ ସହ ଜୋରଦାର ମାଡ଼ ହେବ ସୌର ଝଡ଼! ସତର୍କ କଲା ନାସା

ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼। ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୨୮ ମାର୍ଚ୍ଚ ସନ୍ଧ୍ୟାରେ ଏହି ସୌର ଝଡ଼ ବା ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ହେବ। ତେବେ ଏହାର ପ୍ରଭାବ ପୃଥିବୀ ଉପରେ କେମିତି ପଡ଼ିବ ବା କେତେ ଭୟଙ୍କର ହେବ ସେ ନେଇ ଏବେ ଯାଏଁ ବୈଜ୍ଞାନିକମାନେ ଆକଳନ କରିପାରିନାହାନ୍ତି। ଆଜି ସକାଳେ ଏହି ଝଡ଼ ପୃଥିବୀ ନିକଟରେ ଗତି କରିବାର ଥିଲା। କିନ୍ତୁ ଏହାର ପ୍ରଭାବ ସନ୍ଧ୍ୟା ସମୟରେ ରହିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି।

ନାସା ଓ ଆମେରିକାନ୍‌ ନ୍ୟାସନାଲ ଓସିୟନିକ ଆଣ୍ଡ୍‌ ଆଟମସ୍ଫିୟରିକ ଆଡମିନିଷ୍ଟ୍ରେସନ୍‌ର ଅନୁମାନରେ କିଛିଟା ଅନ୍ତର ଦେଖିବାକୁ ମିଳିଛି। ନାସା ପକ୍ଷରୁ କୁହାଯାଇଛି ଯେ ଆଜି ସକାଳେ ଏହା ଧକ୍କା ହେବ। କିନ୍ତୁ ଆମେରିକାର ଏନ୍‌ଓଏଏ କହିଛି ଯେ ଆଜି ସନ୍ଧ୍ୟାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ୟୁକେର କିଛି ଅଂଶରେ ଆକାଶରେ ଏ ଅବସରରେ ବିଜୁଳି ଚମକୁଥିବାର ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।

ବୈଜ୍ଞାନିକଙ୍କ ମୁତାବକ, ଯେତେବେଳେ ସୋଲାର ଓ୍ଵିଣ୍ଡ୍‌ସ ପୃଥିବୀର ମ୍ୟାଗ୍ନେଟିକ ଫିଲ୍ଡରେ ପ୍ରବେଶ କରିଥାଏ, ସେତେ ବେଳେ ତୀବ୍ର ଆଲୋକ ଉତ୍ପନ୍ନ ହୋଇଥାଏ। ଏହାକୁ ଓରୋରା ପୋଲେରିସ୍‌ କୁହାଯାଏ। ଉତ୍ତର ଧ୍ରୁବରେ ଏହାକୁ ଉତ୍ତରୀ ପ୍ରକାଶ ମଧ୍ୟ କୁହାଯାଏ। ଏହି ସୌର ଝଡ଼ ଯୋଗୁ ପୃଥିବୀ ଉପରେ ଜୋରଦାର ଚାପ ପଡ଼ିବ ବୋଲି ଅନୁମାନ କରାଯାଉଛି।

Also Read: ବାବା ଅମରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ପ୍ରସ୍ତୁତ ହୋଇଯାଆନ୍ତୁ, ଏହି ଦିନଠୁ ଆରମ୍ଭ ହେଉଛି ଯାତ୍ରା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.