ବାବା ଅମରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ପ୍ରସ୍ତୁତ ହୋଇଯାଆନ୍ତୁ, ଏହି ଦିନଠୁ ଆରମ୍ଭ ହେଉଛି ଯାତ୍ରା

ବାବା ଅମରନାଥଙ୍କ ଦର୍ଶନ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଜୁନ୍‌ ୩୦ରୁ ଆରମ୍ଭ ହେଉଛି ଶ୍ରୀ ଅମରନାଥ ଯାତ୍ରା। ଚଳିତ ବର୍ଷ ପାଖାପାଖି ୪୩ ଦିନ ଧରି ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ। ଏ ନେଇ ଆଜି ରବିବାର ଶ୍ରୀ ଅମରନାଥଜୀ ସାଇନ୍‌ ବୋର୍ଡର ବୈଠକରେ ନିଷ୍ପତ୍ତି ହୋଇଛି।


କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି। ବୈଠକର ନିଷ୍ପତ୍ତି ମୁତାବକ, ଏ ବର୍ଷ ଶ୍ରୀ ଅମରନାଥଙ୍କ ଯାତ୍ରା ଜୁନ୍‌ ୩୦ରୁ ଆରମ୍ଭ ହେବ ଓ ପରମ୍ପରା ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବ। ଶ୍ରଦ୍ଧାଳୁମାନେ କରୋନା ଗାଇଡ୍‌ଲାଇନ୍‌ ପାଳନ କରି ବାବାଙ୍କ ଯାତ୍ରାରେ ସାମିଲ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Also Read: ଜନ୍‌ ଆବ୍ରାହମ୍‌ଙ୍କୁ ମିଳିଥିଲା ତାଲିବାନ୍‌ର ଧମକ, ୧୬ ବର୍ଷ ପରେ କଲେ ଛାତିଥରା ଖୁଲାସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.