ଜନ୍‌ ଆବ୍ରାହମ୍‌ଙ୍କୁ ମିଳିଥିଲା ତାଲିବାନ୍‌ର ଧମକ, ୧୬ ବର୍ଷ ପରେ କଲେ ଛାତିଥରା ଖୁଲାସା

ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ୧୬ ବର୍ଷ ପରେ ଜୀବନର ଏକ ଭୟଙ୍କର ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି। ୨୦୦୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ କାବୁଲ ଏକ୍ସପ୍ରେସ୍‌ ପାଇଁ ଜନ୍‌ଙ୍କୁ ମିଳିଥିଲା ତାଲିବାନ ଠାରୁ ଧମକ। ଏହି ଧମକ ସମ୍ପର୍କରେ ଜନ୍‌ ଏବେ ଖୁଲାସା କରିଛନ୍ତି। ଜନ୍‌ ଓ ଅରସଦ ଓ୍ଵାର୍ସିଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ଲୋକମାନେ ଏଥିରେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା କରିଥିଲେ।

ଏ ସମ୍ପର୍କରେ ଖୁଲାସା କରିବା ଅବସରରେ ଜନ୍‌ ଆବ୍ରହମ୍‌ କହିଛନ୍ତି, କାବୁଲର ସ୍ଥାନୀୟ ଲୋକ ବହୁତ ଭଲ। ସେ ସମୟରେ ସୋସିଆଲ ମିଡିଆ ନଥିଲା। ସେତେବେଳେ ଆଫଗାନିସ୍ଥାନରୁ ସୁଟିଂ ସାରି ଫେରିବା ବେଳକୁ ସେଠାକାର ଲୋକ ମତେ କହିଥିଲେ- ଜନ୍‌ ଭାଇ ଆପଣ କିଛି ବି କରନ୍ତୁ, କିନ୍ତୁ ଆଫଗାନିସ୍ତାନ ବିଷୟରେ କିଛି ଖରାପ କୁହନ୍ତୁ ନାହିଁ। ଜନ୍‌ କହିଛନ୍ତି ଯେ ମୁଁ ଏବେ ଖୋଲାଖୋଲି କହିପାରୁଛି, ଆଫଗାନିସ୍ତାନର ଲୋକ ଦୁନିଆର ସବୁଠୁ ସୁନ୍ଦର ଓ ଭଲ ଲୋକ।

ଆଫଗାନିସ୍ତାନରେ ଫିଲ୍ମ ସୁଟିଂ ବେଳର ଏକ ଭୟାବହ ଘଟଣାକୁ ମନେ ପକାଇ ଜନ୍‌ କହିଛନ୍ତି, ମୁଁ ଆଫଗାନିସ୍ତାନର ପୂର୍ବ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାହଙ୍କ ଘରେ ରହୁଥିଲି। ଦିନେ ଚା’ ଧରି ମୁଁ ଛାତକୁ ଆସିବା ବେଳେ ଦେଖିଲି ଯେ ଏକ ରକେଟ୍‌ ସାମ୍ନାରୁ ଆସିଲା ଓ ଆମେରିକାର ଦୂତାବାସରେ ମାଡ଼ ହେଲା। ଏହା ଆଫଗାନିମାନଙ୍କର ଷ୍ଟାଇଲ୍‌ ଥିଲା, ଯାହା ମାଧ୍ୟମରେ ସେ କହିଥିଲେ ଯେ ସେମାନଙ୍କୁ ଆମେରିକାର ଲୋକ ପସନ୍ଦ ନୁହେଁ।

ସେ କହିଛନ୍ତି ଯେ ଏକ ଆତ୍ମଘାତୀ ଆମ ଲୋକେସନ୍‌ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ନିଜକୁ ବ୍ଲାଷ୍ଟ କରି ଦେଇଥିଲା। ଯେମିତି ସେମିତି ଆମେ ସୁଟିଂ ସାରି ସୁରକ୍ଷିତ ଭାବେ ଭାରତକୁ ଫେରି ଆସିଥିଲୁ ବୋଲି କହିଛନ୍ତି ଜନ୍‌ ଆବ୍ରାହମ୍‌।

Also Read: ମହିଳା ସଫେଇ କର୍ମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.