Below header

ଯୁଦ୍ଧକୁ ପୁରିଲା ୩୨ ଦିନ:ରୁଷ୍‌ର ମିସାଇଲ ମାଡ଼ରେ ୟୁକ୍ରେନ୍‌ର ଅନେକ ସହର ଧ୍ୱଂସ, ତେଲ ଡିପୋରେ ଲାଗିଛି ଭୟଙ୍କର ନିଆଁ

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୩୨ ଦିନ ହେଲାଣି । ୟୁକ୍ରେନ୍‌ର ବହୁ ସହରକୁ ଧ୍ୱସଂ କରିସାରିଲାଣି ରୁଷ୍‌ । ଆଜି ଲଭିଭ୍‌ ଏବଂ ମାରିୟୁପୋଲ ସହରରେ ବଡ ଧରଣର ହମ୍‌ଲା କରିଛି ରୁଷ୍‌ । ରୁଷ୍‌ର ମିସାଇଲ ମାଡ଼ରେ ଥରିଛି ଲଭିଭ । ତେଲ ଡିପୋରେ ଭୟଙ୍କର ନିଆଁ ଲାଗିଛି । ପୂରା ଆକାଶ ଧୂଆଁ ମୟ ହୋଇଯାଇଛି । ଏପଟେ ଅଧିକ ଟ୍ୟାଙ୍କ ଓ ପ୍ଲେନ୍‌ ବିନା ମାରିୟୁପୁଲକୁ ବଞ୍ଚାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଜବାବୀ ଆକ୍ରମଣରେ ଏଯାଏ ରୁଷର ୧୬ ହଜାର ୬ ଶହ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ଦାବି କରିଛି। ୧୨୧ଟି ବିମାନ, ୧୨୭ଟି ହେଲିକପ୍‌ଟରକୁ ମାରି ଖସାଇ ଦେଇଛି । ୫୮୨ଟି ଟ୍ୟାଙ୍କ, ୯୩ଟି MLRS, ୨୯୪ ଆର୍ଟିଲାରୀ ୧୧ଶହ ୪୪ଟି ଭେହିକିଲ୍‌, ୧୬ ଶହ ୬୪ ଆର୍ମୋର୍ଡ ପର୍ସନାଲ କ୍ୟାରିଅର, ୭୩ ଫୁଏଲ ଟ୍ୟାଙ୍କ, ୫୬ ୟୁଏଭିକୁ ନଷ୍ଟ କରିଥିବା ଦାବି କରିଛି ୟୁକ୍ରେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.