ଦେଶ ବିଦେଶ

୭୭ ବର୍ଷ ପରେ ସ୍ୱାମୀଙ୍କ ଚିଠି ପାଇଲେ ସ୍ତ୍ରୀ, ଯାହା ଲେଖା ହୋଇଥିଲା ପଢିଲେ ଆପଣ ବି ହୋଇଯିବେ ଭାବବିହ୍ୱଳ

ନୂଆଦିଲ୍ଲୀ : ଜଣେ ଆମେରିକୀୟ ସୈନିକ ତାଙ୍କ ମା’ଙ୍କ ନିକଟକୁ ପଠାଯାଇଥିବା ଚିଠି ୭୭ ବର୍ଷ ପରେ ତାଙ୍କ ଠିକଣାରେ ପହଞ୍ଚିଛି | କିନ୍ତୁ ସେତେବେଳକୁ ଉଭୟ ସୈନିକ ଏବଂ ତାଙ୍କ ମାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଚିଠିକୁ ସୈନିକଙ୍କ ପତ୍ନୀ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଆମେରିକୀୟ ସୈନିକଙ୍କ ନାମ ଜନ ଗୋଞ୍ଜାବିଲସ। ଯିଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୬ ଡିସେମ୍ବର ୧୯୪୫ ରେ ତାଙ୍କ ମାତାଙ୍କୁ ଏକ ଚିଠି ଲେଖିଥିଲେ। ତା’ପରେ ଗୋଞ୍ଜାବିଲସ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ସେ ଜର୍ମାନୀରେ ସେନା ବିଭାଗରେ ଚାକିରି କରୁଥିଲେ ।

ଅବଶ୍ୟ ଗୋଞ୍ଜାବିଲସଙ୍କ ଏହି ହସ୍ତଲିଖନ ଚିଠିଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନଥିଲା ଏବଂ କୌଣସି ସ୍ଥାନରେ ହଜି ଯାଇଥିଲା । ୨୦୧୫ ରେ ଗୋଞ୍ଜାବିଲସଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ତାଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। କିନ୍ତୁ ସେପର୍ଯ୍ୟନ୍ତ ମାଆ ଗୋଞ୍ଜାବିଲସଙ୍କ ଚିଠି ପାଇ ନଥିଲେ। କିନ୍ତୁ ବର୍ତ୍ତମାନ USPS (ଯୁକ୍ତରାଷ୍ଟ୍ର ଡାକ ସେବା) ଗୋଞ୍ଜାବିଲସଙ୍କ ବିଧବା ୯୦ ବର୍ଷର ପତ୍ନୀ ଆଞ୍ଜେଲିନାଙ୍କୁ ଟ୍ରାକିଂ କରିବାରେ ସଫଳ ହୋଇଥିଲା । ଚିଠି ଲେଖାଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଆଞ୍ଜେଲିନା ଗୋନ୍ସଲଭ୍ସଙ୍କୁ ମିଳିଥିଲା ।

ଗୋଞ୍ଜାବିଲସ ଏହି ଚିଠିରେ ଲେଖିଥିଲେ କି “ପ୍ରିୟ ମା ଆଜି ତୁମଠାରୁ ମୋତେ ଆଉ ଗୋଟିଏ ଚିଠି ମିଳିଛି, ଓ ଏହା ଜାଣି ମୁଁ ବେସ ଖୁସି କି ସବୁକିଛି ଠିକ ଠାକ ଚାଲିଛି । ମୁଁ ଏଠାରେ ଭଲରେ ଅଛି, ଏଠାରେ ଆମକୁ ଭଲ ଖାଦ୍ୟ ମିଳୁ ନାହିଁ ଆଶା କରୁଛି ଖୁବଶୀଘ୍ର ତୁମସହ ଭେଟ ହେବ, ମନ ଭରି ତୁମ ସହ କଥା ହେବି ।”

ଯେତେବେଳେ ସେ ଏହି ଦଶନ୍ଧି ପୁରୁଣା ଚିଠିକୁ ପାଇଲେ ସେତେବେଳେ ଆଞ୍ଜେଲିନା ଏହାକୁ ବିଶ୍ୱାସ କରିପାରିଲେ ନାହିଁ । ସେ ମଧ୍ୟ ଟିକିଏ ଭାବପ୍ରବଣ ହୋଇଗଲେ । ଆଞ୍ଜେଲିନା ଏହି ମାସରେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିବେ ।ସେ ତାଙ୍କ ସ୍ୱାମୀଗୋଞ୍ଜାବିଲସଙ୍କୁ “ଭଲ ମଣିଷ” ଭାବରେ ମନେ ପକାଉଛନ୍ତି । ଏହି ଚିଠି ପହଞ୍ଚାଇବା ପାଇଁ ସେ USPS କୁ ଧନ୍ୟବାଦ ଜଣାଇଛନ୍ତି ।

Barsha

Recent Posts

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

3 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

26 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

44 mins ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

52 mins ago

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

1 hour ago