ଦେଶ ବିଦେଶ

ଲୋମହର୍ଷଣକାରୀ ଘଟଣା! ଶ୍ୱଶୁର ଘରେ ମୃତ୍ୟୁର ତାଣ୍ଡବ ରଚିଲା ଜ୍ୱାଇଁ; ନିଜ ସ୍ତ୍ରୀ, ପୁଅଝିଅ ଓ ଶାଶୁ, ଶ୍ୱଶୁରଙ୍କୁ ଜିଅନ୍ତା ଜାଳିଦେଲା

ପଞ୍ଜାବର ଜଳନ୍ଧରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘରେ ମୃତ୍ୟୁର ତାଣ୍ଡବ ରଚିଛନ୍ତି। ବ୍ୟକ୍ତି ଜଣକ ସେଠାକୁ ଯାଇ ନିଜ ସ୍ତ୍ରୀ, ପୁଅଝିଅଙ୍କ ସହ ଶାଶୁ ଓ ଶ୍ୱଶୁରଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଖବରରୁ ଜଣାପଡ଼ିଛି ଯେ ସ୍ତ୍ରୀ ବାପଘରୁ ଫେରିବାକୁ ମନା କରିବାରୁ ସ୍ୱାମୀ ଜଣକ ଏଭଳି ବର୍ବର କାଣ୍ଡ ଘଟାଇଥିଲେ। ୩୦ ବର୍ଷୀୟ ବ୍ୟକ୍ତି ଏଥିରେ ରାଗି ଯାଇ ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ, ପୁଅଝିଅଙ୍କ ସମେତ ୫ ସଦସ୍ୟଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ତେବେ ଘଟଣା ଘଟିବା ସମୟରେ ଶ୍ୱଶୁର ଘର ଲୋକେ ନିଦରେ ଶୋଇଥିଲେ, ଯାହାଫଳରେ ବାହାରକୁ ବାହାରିବା ପାଇଁ ସୁଯୋଗ ପାଇ ନ ଥିଲେ ଏବଂ କୋଠରୀ ଭିତରେ ହିଁ ସମସ୍ତେ ଜିଅନ୍ତା ଜଳି ଯାଇଥିଲେ।

ଅଭିଯୁକ୍ତ ଜ୍ୱାଇଁ ହେଲେ ଖୁରସେଦପୁର ଗାଁର ବାସିନ୍ଦା କୁଲଦୀପ ସିଂ। ସେ ବିଟଲା ଗାଁର ସୁରଜନ ସିଂଙ୍କ ଝିଅ ପରମଜିତ୍ କୌରଙ୍କୁ ବିବାହ କରିଥିଲେ। ପରମଜିତ୍ ନିଜର ଦୁଇ ପିଲାଙ୍କ ସହ ଗତ ୫/୬ ମାସ ହେବ ନିଜ ବାପା, ମାଆଙ୍କ ସହିତ ରହି ଆସୁଥିଲେ। କୁଲଦୀପ ସିଂ ଚାହୁଁଥିଲେ କି, ପରମଜିତ୍ ଖୁରସେଦପୁର ସ୍ଥିତ ନିଜ ଘରକୁ ଫେରି ଆସନ୍ତୁ, କିନ୍ତୁ ପରମଜିତ୍‌ ଫେରିବାକୁ ମନା କରି ଦେଇଥିଲେ। କାହିଁକି ନା, କୁଲଦୀପ ତାଙ୍କୁ ଏବଂ ପିଲାମାନଙ୍କୁ ଖୁବ୍‌ ପିଟୁଥିଲେ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। କୁଲଦୀପ ଅତିରିକ୍ତ ନିଶା ସେବନ ମଧ୍ୟ କରୁଥିଲେ, ଯେଉଁ କାରଣରୁ ସ୍ତ୍ରୀ ରାଗରେ ବାପ ଘରକୁ ଚାଲି ଯାଇଥିଲେ। କିନ୍ତୁ କୁଲଦୀପ ଏଥିରେ କ୍ରୋଧିତ ଥିଲେ। ସୋମବାର ବିଳମ୍ବିତ ରାତିରେ ସେ ଏବଂ ତାଙ୍କର ଦୁଇ ସହଯୋଗୀ ଶ୍ୱଶୁର ଘରେ ପହଞ୍ଚି ସମସ୍ତ ୫ ସଦସ୍ୟଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ କୋଠରୀକୁ ବାହାର ପଟୁ ବନ୍ଦ କରି ଦେଇଥିଲେ।

ପୋଲିସ କହିଛି ଯେ କୁଲଦୀପ ନିଜ ଆଖି ସାମ୍ନାରେ ହିଁ ନିଜ ସ୍ତ୍ରୀ, ୮ ବର୍ଷର ଝିଅ, ୫ ବର୍ଷର ପୁଅ ଏବଂ ଶାଶୁ, ଶ୍ୱଶୁରଙ୍କୁ ଜିଅନ୍ତା ଜାଳି ଦେଇଥିଲେ। ଏହାପରେ ସେ ଜୋର୍‌ରେ ହସି ହସି କହିଥିଲେ, ନିଆଁ ସେ ହିଁ ଲଗାଇଛନ୍ତି। ପୋଲିସ ମୁତାବକ, ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି। କୁଲଦୀପଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

3 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

4 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

8 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

10 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

15 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago