ଦେଶ ବିଦେଶ

ଡକାଗଲା ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡକାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ଅଧିବେଶନରେ କେନ୍ଦ୍ର ସରକାର ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ କରିପାରନ୍ତି, ଯେଉଁ ପରିପ୍ରେକ୍ଷୀରେ ବିଶେଷ ଅଧିବେଶନ ଡକାଯାଇଛି।

କହି ରଖୁଛୁ କି, ଏହା ୧୭ତମ ଲୋକସଭାର ୧୩ତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ତମ ଅଧିବେଶନ ହେବ। ସମ୍ବିଧାନର ଧାରା ୮୫ ମୁତାବକ, ସଂସଦର ବିଶେଷ ଅଧିବେଶନ ଡାକିବାର ସରକାରଙ୍କର ଅଧିକାର ରହିଛି। ଧାରା ୮୫ ଅଧୀନରେ ସଂସଦୀୟ ବ୍ୟାପାରର ମନ୍ତ୍ରୀମଣ୍ଡଳ କମିଟି ସଂସଦର ଅଧିବେଶନ ଡାକିବାକୁ ନିର୍ଣ୍ଣୟ ନେଇଥାଏ, ଯେଉଁଥିରେ ରାଷ୍ଟ୍ରପତି ଔପଚାରିକ ଭାବେ ନିଜର ସମ୍ମତି ଜଣାଇ ଥାଆନ୍ତି।

ଏହା ପୂର୍ବରୁ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିଥିଲା। ଏଥିରେ ମଣିପୁର ହିଂସା ସମେତ ଅନେକ ପ୍ରସଙ୍ଗ ଉପରେ ଉଭୟ ଗୃହରେ ଖୁବ୍‌ ତର୍କ ବିତର୍କ ହୋଇଥିଲା।

Roshni

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

11 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

24 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago