ଦେଶ ବିଦେଶ

ଇସ୍ରୋର ଆଉ ଏକ ଉପଲବ୍ଧି, ରିୟୁଜେବୁଲ ଲଞ୍ଚ୍‌ ଭେହିକିଲର ATR ଏୟାରଷ୍ଟ୍ରିପରେ ସଫଳ ଲ୍ୟାଣ୍ଡିଂ

ବେଙ୍ଗାଲୁର : ଇସ୍ରୋର ଆଉ ଏକ ଉପଲବ୍ଧି । ରିୟୁଜେବୁଲ ଲଞ୍ଚ୍‌ ଭେହିକିଲ RLV LEXର ହୋଇଛି  ସଫଳ ଲ୍ୟାଣ୍ଡିଂ । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏହାର ସଞ୍ଚାଳନ କରାଯାଇଛି । ଇସ୍ରୋ ଓ ଭାରତୀୟ ବାୟୁସେନାଙ୍କ ମିଳିତ ଉଦ୍ୟମ ମିଶନ ସଫଳ ହୋଇଛି । ସକାଳ ୭ଟା ୧୦ ମିନିଟରେ RLV ଭାରତୀୟ ବାୟୁ ସେନାର ଏକ ଚିନୁକ ହେଲିକପ୍ଟର ଦ୍ୱାରା ଉଡାଣ ଭରିଥିଲା । ପ୍ରାୟ ୪.୫ କିମି ପର୍ଯ୍ୟନ୍ତ ଉଡାଣ ଭରିଥିଲା ଓ ୪.୬ କିମି ରେଞ୍ଜ ଉପରେ ଛଡା ଯାଇଥିଲା ।

ପରେ ୭ଟା ୪୦ ମିନିଟରେ ରିୟୁଜେବୁଲ ଲଞ୍ଚ୍‌ ଭେହିକିଲ ATR ଏୟାରଷ୍ଟ୍ରିପରେ ସଫଳ ଲ୍ୟାଣ୍ଡିଂ କରିଥିଲା । ରିୟ୍ୟୁଜବୁଲ ଲଞ୍ଚ୍‌ ଭେହିକିଲ ସମୂର୍ଣ୍ଣ ସ୍ୱଦେଶୀ ଓ ଏହା ଏକ ‘ଅର୍ବିଟଲ ରି ଏଣ୍ଟ୍ରି ଭେହିକଲ’ । ଏହାର ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ଯାନ ଜରିଆରେ ସାଟେଲାଇଟ ଲଞ୍ଚ୍‌ ଓ ଶତ୍ରୁ ସାଟେଲାଇଟକୁ ମଧ୍ୟ ଟାର୍ଗେଟ କରାଯାଇପାରିବ। ରିୟ୍ୟୁଜବୁଲ ଲଞ୍ଚ୍‌ ଭେହିକିଲ ଦ୍ୱାରା ରକେଟକୁ ଆଉଥରେ ଲଞ୍ଚ୍‌ କରାଯାଇ ପାରିବ। ଇସ୍ରୋର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ଵିଟ୍‌ କରିଛନ୍ତି ।

 

Niharanjan

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

37 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

46 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

46 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago