ଇସ୍ରୋର ଆଉ ଏକ ଉପଲବ୍ଧି, ରିୟୁଜେବୁଲ ଲଞ୍ଚ୍ ଭେହିକିଲର ATR ଏୟାରଷ୍ଟ୍ରିପରେ ସଫଳ ଲ୍ୟାଣ୍ଡିଂ
ଇସ୍ରୋର ଆଉ ଏକ ଉପଲବ୍ଧି । ରିୟୁଜେବୁଲ ଲଞ୍ଚ୍ ଭେହିକିଲ RLV LEXର ହୋଇଛି ସଫଳ ଲ୍ୟାଣ୍ଡିଂ । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏହାର ସଞ୍ଚାଳନ କରାଯାଇଛି । ଇସ୍ରୋ ଓ ଭାରତୀୟ ବାୟୁସେନାଙ୍କ ମିଳିତ ଉଦ୍ୟମ ମିଶନ ସଫଳ ହୋଇଛି । ସକାଳ ୭ଟା ୧୦ ମିନିଟରେ RLV ଭାରତୀୟ ବାୟୁ ସେନାର ଏକ ଚିନୁକ ହେଲିକପ୍ଟର ଦ୍ୱାରା ଉଡାଣ ଭରିଥିଲା । ପ୍ରାୟ ୪.୫ କିମି ପର୍ଯ୍ୟନ୍ତ ଉଡାଣ ଭରିଥିଲା ଓ ୪.୬ କିମି ରେଞ୍ଜ ଉପରେ ଛଡା ଯାଇଥିଲା ।

ବେଙ୍ଗାଲୁର : ଇସ୍ରୋର ଆଉ ଏକ ଉପଲବ୍ଧି । ରିୟୁଜେବୁଲ ଲଞ୍ଚ୍ ଭେହିକିଲ RLV LEXର ହୋଇଛି ସଫଳ ଲ୍ୟାଣ୍ଡିଂ । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏହାର ସଞ୍ଚାଳନ କରାଯାଇଛି । ଇସ୍ରୋ ଓ ଭାରତୀୟ ବାୟୁସେନାଙ୍କ ମିଳିତ ଉଦ୍ୟମ ମିଶନ ସଫଳ ହୋଇଛି । ସକାଳ ୭ଟା ୧୦ ମିନିଟରେ RLV ଭାରତୀୟ ବାୟୁ ସେନାର ଏକ ଚିନୁକ ହେଲିକପ୍ଟର ଦ୍ୱାରା ଉଡାଣ ଭରିଥିଲା । ପ୍ରାୟ ୪.୫ କିମି ପର୍ଯ୍ୟନ୍ତ ଉଡାଣ ଭରିଥିଲା ଓ ୪.୬ କିମି ରେଞ୍ଜ ଉପରେ ଛଡା ଯାଇଥିଲା ।
ପରେ ୭ଟା ୪୦ ମିନିଟରେ ରିୟୁଜେବୁଲ ଲଞ୍ଚ୍ ଭେହିକିଲ ATR ଏୟାରଷ୍ଟ୍ରିପରେ ସଫଳ ଲ୍ୟାଣ୍ଡିଂ କରିଥିଲା । ରିୟ୍ୟୁଜବୁଲ ଲଞ୍ଚ୍ ଭେହିକିଲ ସମୂର୍ଣ୍ଣ ସ୍ୱଦେଶୀ ଓ ଏହା ଏକ ‘ଅର୍ବିଟଲ ରି ଏଣ୍ଟ୍ରି ଭେହିକଲ’ । ଏହାର ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ଯାନ ଜରିଆରେ ସାଟେଲାଇଟ ଲଞ୍ଚ୍ ଓ ଶତ୍ରୁ ସାଟେଲାଇଟକୁ ମଧ୍ୟ ଟାର୍ଗେଟ କରାଯାଇପାରିବ। ରିୟ୍ୟୁଜବୁଲ ଲଞ୍ଚ୍ ଭେହିକିଲ ଦ୍ୱାରା ରକେଟକୁ ଆଉଥରେ ଲଞ୍ଚ୍ କରାଯାଇ ପାରିବ। ଇସ୍ରୋର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ଵିଟ୍ କରିଛନ୍ତି ।