୨୩୦ ଫୁଟ ଖାତକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌, ୨ ମୃତ, ୩୮ ଆହତ

୨୩୦ ଫୁଟ ଖାତକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌ । ଉତ୍ତରାଖଣ୍ଡର ମସୋରୀ-ଡେରାଡୁନ ରାସ୍ତାରେ ଅଘଟଣ । ମସୋରୀରୁ ଡେରାଡୁନ ଯାଉଥିବା ବେଳେ ବସଟି ଖାତକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୩୮ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମା ଝିଅ ।

ଡେରାଡୁନ : ୨୩୦ ଫୁଟ ଖାତକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌ । ଉତ୍ତରାଖଣ୍ଡର ମସୋରୀ-ଡେରାଡୁନ ରାସ୍ତାରେ ଅଘଟଣ । ମସୋରୀରୁ ଡେରାଡୁନ ଯାଉଥିବା ବେଳେ ବସଟି ଖାତକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୩୮ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମା ଝିଅ ।

ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଇଟିବିପି ଯବାନ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆଇଟିବିପି କ୍ୟାମ୍ପ ନିକଟରେ ବସ୍‌ଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ୨୩୦ ଫୁଟ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ବେଳେ ଗାଡ଼ିରେ ୪୦ ଜଣ ଯାତ୍ରୀ ଥିଲେ । ୨୬ ଜଣ ଆହତଙ୍କୁ ଡେରାଡୁନ ସ୍ଥିତ ଡୁନ ଏବଂ ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.