ପଶ୍ଚିମବଙ୍ଗରେ ଥମୁନି ରାମନବମୀ ହିଂସା, ହୁଗୁଳିରେ ଶୋଭାଯାତ୍ରା ବେଳେ ପୋଡ଼ାଜଳା ଓ ଢ଼େଲା ମାଡ଼

ରାମନବମୀର ୩ ଦିନ ପରେ ବି ରାମନବମୀ ହିଂସା। ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହୋଇଛି ସାନି ହିଂସା। ହୁଗୁଳିରେ ରାମନବମୀ ନିଆଁ । ହୁଗୁଳି ରିସ୍ରା ଅଞ୍ଚଳରେ ବିଜେପିର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଉପୁଜିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୋଡ଼ାଜଳା ଏବଂ ପଥରମାଡ଼ ହୋଇଛି।

କୋଲକାତା : ରାମନବମୀର ୩ ଦିନ ପରେ ବି ରାମନବମୀ ହିଂସା। ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହୋଇଛି ସାନି ହିଂସା। ହୁଗୁଳିରେ ରାମନବମୀ ନିଆଁ । ହୁଗୁଳି ରିସ୍ରା ଅଞ୍ଚଳରେ ବିଜେପିର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଉପୁଜିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୋଡ଼ାଜଳା ଏବଂ ପଥରମାଡ଼ ହୋଇଛି।

ହିଂସାକାଣ୍ଡ ବେଳେ ବିଜେପି ଉପସଭାପତି ଦିଲ୍ଲୀପ ଘୋଷ ଶୋଭାଯାତ୍ରାରେ ସାମିଲ ଥିଲେ। ଆକ୍ରମଣରେ ବିଧାୟକ ବିମାନ ଘୋଷ ଆହତ ହୋଇଥିବା ବିଜେପି ଦାବି କରିଛି। ବିଜେପି, ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ଅନ୍ୟପଟେ ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛି ଟିଏମସି । ହାଉଡ଼ାରେ ଯାହା ଘଟିଥିଲା ହୁଗୁଳିରେ ତାର ପୁନରାବୃତ୍ତି ଘଟିଥିବା କହିଛି ଟିଏମସି । ପୂର୍ବରୁ ରାମନବମୀ ଦିନ ହାଓଡ଼ାରେ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଥିଲା।

 

Leave A Reply

Your email address will not be published.