ଦେଶ ବିଦେଶ

ପୁଣି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଘଟଣ: ଦଳାଚକଟାରେ ୩ ମୃତ, ଏକାଧିକ ଦଳୀୟ କର୍ମୀ ଆହତ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଜନସଭାରେ ରବିବାର ପୁଣି ଏକ ବଡ଼ ଧରଣ ଅଘଟଣ ଘଟିଛି । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା ଦେଖିବାକୁ ମିଳିଛି । ଗତକାଲି ପ୍ରବଳ ଭିଡ଼ କାରଣରୁ ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ବହୁ ଟିଡିପି କର୍ମୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହିତ ଅନେକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ଆନ୍ଧ୍ରରେ ବାରମ୍ବାର ଦଳାଚକଟାରେ ନିରୀହ ଜନତା ମୃତ୍ୟୁବରଣ କରୁଥିବା ଖବର ଏବେ ଚର୍ଚ୍ଚାରେ ରହିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁଣ୍ଟୁରର ଜନସଭାରୁ ଯିବା ପରେ ଏଠାରେ ଦଳାଚକଟା ଆରମ୍ଭ ହୋଇଥିଲା । ଏଥିରେ ଆହତ ଲୋକଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସନ କିଟ୍ ବିତରଣ ପାଇଁ ଡିଟିପି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହେଲେ ଶହ ଶହ ଲୋକ ବଂଟନ ସ୍ଥଳକୁ ବଳପୂର୍ବକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଟିଡିପି କର୍ମୀ ଆହତ ହୋଇଛନ୍ତି । ତେବେ ଚନ୍ଦ୍ରବାବୁଙ୍କ ସଭାରେ ବାରମ୍ବାର ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହିତ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିବା ଏବେ ରାଜ୍ୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ପ୍ରୟାସ ଜାରି ରହିଛି ।

ଏହା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ନେଲୋର ରାଲିରେ ଦଳଚକଟା ହୋଇ ୮ ଜଣ ପ୍ରାଣ ହରାଇଥିଲେ । ବିରୋଧୀ ନେତା ଏନ.ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ରୋଡ ଶୋକୁ ସମ୍ୱୋଧିତ କରିବା ସମୟରେ କେନାଲରେ ପଡି କିଛି ଜଣଙ୍କ ଜୀବନ ଯାଇଥିଲା । ଘଟଣାରେ ମୃତକଙ୍କ ପାଇଁ ୧୦ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରାଯାଇଥିଲା ।
ତେବେ ସୁରକ୍ଷାରେ ତ୍ରୁଟି ଯୋଗୁଁ ବାରମ୍ବାର ଚନ୍ଦ୍ରବାବୁ ନାଇଡୁଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago