ଅଯୋଧ୍ୟାରେ ନିର୍ମାଣ ହେବ ୧୫୧ ଫୁଟ ଉଚ୍ଚର ରାମଙ୍କର ପ୍ରତିମା, ମୁଖ୍ୟମନ୍ତ୍ରୀ ଯୋଗୀ ଦୀପାବଳିରେ ଦେବେ ଉପହାର

ଅଯୋଧ୍ୟାରେ ସରଜୁ ନଦୀ ତଟରେ ଭଗବାନ ରାମଙ୍କର ପ୍ରତିମା ନିର୍ମାଣ ପାଇଁ ଯୋଜନା ହେଉଛି । ଏହାର ଉଚ୍ଚତା ୧୫୧ ମିଟର କରାଯିବାକୁ ସ୍ଥିର ହୋଇଛି । କିଛି ଦିନ ପୂର୍ବରୁ ଉଦଘାଟିତ ହୋଇଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟୀ’ର ଉଚ୍ଚତା ୧୮୨ ମିଟର ରହିଛି।

ଅଯୋଧ୍ୟା ନଗର ନିଗମର ମହାପୌର ଋଷିକେଶ ଉପାଧ୍ୟାୟ କହିଛନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେବ ଦୀପାବଳି ଅବସରରେ ଏହାର ଘୋଷଣା କରିପାରନ୍ତି।

ଭାଜପା ନେତା ଉପାଧ୍ୟାୟ କହିଛନ୍ତି ଯେ ‘ଯେଉଁଠି ପ୍ରତିମାର ସ୍ଥାପନା କରାଯିବ, ସେହି ଜାଗାର ଚୟନ ଭୂମି ପରୀକ୍ଷା ପରେ କରାଯିବ। ସନ୍ଥ ତୁଳସୀ ଦାସ ଘାଟର ଆଖପାଖରେ ଏହି ପ୍ରତିମା ନିର୍ମାଣ ହେବାର ସମ୍ଭାବନା ରହିଛି। ଅଧିକାରୀମାନେ ଦୁଇ ତିନିଟି ସ୍ଥାନ ଉପରେ ନଜର ରଖିଛନ୍ତି। ସେଥିମଧ୍ୟରୁ ଯେଉଁଟି ସବୁଠୁ ଉତ୍ତମ ହେବ ସେହି ଜାଗାକୁ ଚୟନ କରାଯିବ।

ସେହିପରି ଭାଜପା ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ରାମଙ୍କର ଜନ୍ମଭୂମି ଅଯୋଧ୍ୟାକୁ ନେଇ କିଛି ଯୋଜନା କରିଛନ୍ତି । ତେଣୁ ଦୀପାବଳି ଆସିଯାଉ ଆପଣଙ୍କୁ ଭଲ ଖବର ମିଳିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago