ଅଯୋଧ୍ୟାରେ ନିର୍ମାଣ ହେବ ୧୫୧ ଫୁଟ ଉଚ୍ଚର ରାମଙ୍କର ପ୍ରତିମା, ମୁଖ୍ୟମନ୍ତ୍ରୀ ଯୋଗୀ ଦୀପାବଳିରେ ଦେବେ ଉପହାର

ଅଯୋଧ୍ୟାରେ ସରଜୁ ନଦୀ ତଟରେ ଭଗବାନ ରାମଙ୍କର ପ୍ରତିମା ନିର୍ମାଣ ପାଇଁ ଯୋଜନା ହେଉଛି । ଏହାର ଉଚ୍ଚତା ୧୫୧ ମିଟର କରାଯିବାକୁ ସ୍ଥିର ହୋଇଛି । କିଛି ଦିନ ପୂର୍ବରୁ ଉଦଘାଟିତ ହୋଇଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟୀ’ର ଉଚ୍ଚତା ୧୮୨ ମିଟର ରହିଛି।

ଅଯୋଧ୍ୟା ନଗର ନିଗମର ମହାପୌର ଋଷିକେଶ ଉପାଧ୍ୟାୟ କହିଛନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେବ ଦୀପାବଳି ଅବସରରେ ଏହାର ଘୋଷଣା କରିପାରନ୍ତି।

ramଭାଜପା ନେତା ଉପାଧ୍ୟାୟ କହିଛନ୍ତି ଯେ ‘ଯେଉଁଠି ପ୍ରତିମାର ସ୍ଥାପନା କରାଯିବ, ସେହି ଜାଗାର ଚୟନ ଭୂମି ପରୀକ୍ଷା ପରେ କରାଯିବ। ସନ୍ଥ ତୁଳସୀ ଦାସ ଘାଟର ଆଖପାଖରେ ଏହି ପ୍ରତିମା ନିର୍ମାଣ ହେବାର ସମ୍ଭାବନା ରହିଛି। ଅଧିକାରୀମାନେ ଦୁଇ ତିନିଟି ସ୍ଥାନ ଉପରେ ନଜର ରଖିଛନ୍ତି। ସେଥିମଧ୍ୟରୁ ଯେଉଁଟି ସବୁଠୁ ଉତ୍ତମ ହେବ ସେହି ଜାଗାକୁ ଚୟନ କରାଯିବ।

ସେହିପରି ଭାଜପା ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ରାମଙ୍କର ଜନ୍ମଭୂମି ଅଯୋଧ୍ୟାକୁ ନେଇ କିଛି ଯୋଜନା କରିଛନ୍ତି । ତେଣୁ ଦୀପାବଳି ଆସିଯାଉ ଆପଣଙ୍କୁ ଭଲ ଖବର ମିଳିବ।