ନୀଳଗିରି ଅଞ୍ଚଳରେ ହାତୀ-ମଣିଷ ଲଢେଇ

ବାଲେଶ୍ୱର(କେନ୍ଯୁଜ୍) : ହାତୀ-ମଣିଷ ଲଢେଇ। କେତେବେଳେ ମଣିଷ ହାତୀଙ୍କୁ ଘଉଡାଇବାରେ ଲାଗୁଛି ତ ଆଉ କେତେବେଳେ ହାତୀ ପଲ ହିଂସ୍ର ହୋଇ ମାଡି ଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରାତି ସାରା ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗତ ୫ ଦିନ ଧରି ଆତଙ୍କ ଖେଳାଇଛନ୍ତି ଝାଡଖଣ୍ଡି ହାତୀପଲ। ୩୪ଟିକିଆ ହାତୀପଲ ଏହି ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ କ୍ଷୟକ୍ଷତି କରୁଛନ୍ତି ।
ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି। ଫଳରେ ଆଖପାଖ ଗାଁ ଗୋପାଳପୁର, ଜଡିବାଲି, ଆନନ୍ଦପୁରରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଜାଳି ବାଣ ଫୁଟାଇ ହାତୀ ପଲଙ୍କୁ ବାଲେଶ୍ୱର ସୀମା ପାର୍ କରାଇଛନ୍ତି । ପ୍ରତିବର୍ଷ ଫସଲ ଅମଳ ସମୟରେ ହାତୀପଲ ପଶି ଏପରି କ୍ଷୟକ୍ଷତି କରୁଛନ୍ତି।