ଦେଶ ବିଦେଶ

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ମିଗଜୋମ, ଆଉ କିଛି ଘଣ୍ଟାରେ ଛୁଇଁବ ଆନ୍ଧ୍ର ଉପକୂଳ

ନୂଆଦିଲ୍ଲୀ : ଉଗ୍ର ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ି ଆସୁଛି ସାଇକ୍ଲୋନ୍ । ଆନ୍ଧ୍ର ଉପକୂଳକୁ ଆଜି ହିଟ୍ କରିବ ମିଗଜୋମ୍ । ସମୟ ପାଖେଇବା ସହ ପ୍ରଭାବ ଦେଖାଇଲାଣି ବାତ୍ୟା । ସ୍ଥଳଭାଗକୁ ଯେତିକି ପାଖଉଛି ସେତିକି ଭୟଙ୍କର ହେଉଛି ସାଇକ୍ଲୋନ୍ । ଏବେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢୁଛି ମିଗଜୋମ୍ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନେଲ୍ଲୋରରୁ ୫୫ କିଲୋମିଟର ଉତ୍ତର-ଉତ୍ତର ପୂର୍ବ, ବାପାଟଲାରୁ ୧୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ମଛଲିପଟ୍ଟନମରୁ ୧୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର ଦିଗରେ ଗତି କରିବା ସହ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁଉଛି ବାତ୍ୟା ।

ନେଲ୍ଲୋର ଓ ମଛଲିପଟନମ୍ ଭିତରେ ବାପାଟଲା ନିକଟରେ ଆଜି ପୂର୍ବାହ୍ଣରେ ଲାଣ୍ଡଫଲ୍ କରିବ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ ମିଗଜୋମ୍ । ସେତେବେଳ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ରହିବ । ପବନର ବେଗ ବଢ଼ି ୧୧୦ କିଲୋମିଟର ରହିପାରେ । ଲାଣ୍ଡଫଲ୍ ବେଳେ ସ୍ଥଳଭାଗକୁ ମାଡ଼ି ଆସିବ ସମୁଦ୍ର । ସ୍ଥଳଭାଗ ଅତିକ୍ରମ ବେଳେ ସମୁଦ୍ରରେ ପାଖାପାଖି ଦେଢ଼ ମିଟର ଯାଏ ଜୁଆର ଉଠିବା ସମ୍ଭାବନା ରହିଛି । ଭୀଷଣ ଅଶାନ୍ତ ରହିଛି ସମୁଦ୍ର । ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଆଜି ଅତି ଭୀଷଣ ବର୍ଷା ପାଇଁ ଦକ୍ଷିଣ ଆନ୍ଧ୍ର ସମେତ ଉତ୍ତର ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ କରାଇକଲକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ୨୦୪.୪ ମିମିରୁ ଅଧିକ ବର୍ଷା ହୋଇପାରେ। ସ୍ଥଳଭାଗ ମୁହାଁ ହେବା ସହ ଆନ୍ଧ୍ର ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା । ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ପାଇଁ ଆନ୍ଧ୍ରପ୍ରଦେଶର ନେଲ୍ଲୋର, ବାପାଟଲା, ତିରୁପତି, କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋଣାସୀମା, କାକିନାଡାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ ।

Barsha

Recent Posts

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

11 mins ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

24 mins ago

ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି…

42 mins ago

ବାଇକ ରାକେଟ ଠାବ, ୭ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ବଡ ସଫଳତା । ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ। ତାଙ୍କ…

50 mins ago

ମୋଦି ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଆଜି ରାଷ୍ଟ୍ରପତି ଭବନରେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମଲ୍ଲିକାର୍ଜୁନ ଖଡ଼ଗେ ।…

1 hour ago

ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କଲେ ଯୁବକ, ପୋଲିସ୍‌ ଗ୍ରହଣ କଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆର କ୍ରେଜ୍‌ ଆଜିର ଯୁବପିଢ଼ିଙ୍କୁ ପାଗଳ କରିଛି । ରିଲ୍ସ କରି କେମିତି ଲାଇକ୍‌ ଓ ସବସ୍କ୍ରାଇବର୍ସ ବଢ଼ାଇବେ…

1 hour ago