ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ମିଗଜୋମ, ଆଉ କିଛି ଘଣ୍ଟାରେ ଛୁଇଁବ ଆନ୍ଧ୍ର ଉପକୂଳ

ଉଗ୍ର ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ି ଆସୁଛି ସାଇକ୍ଲୋନ୍ । ଆନ୍ଧ୍ର ଉପକୂଳକୁ ଆଜି ହିଟ୍ କରିବ ମିଗଜୋମ୍ । ସମୟ ପାଖେଇବା ସହ ପ୍ରଭାବ ଦେଖାଇଲାଣି ବାତ୍ୟା । ସ୍ଥଳଭାଗକୁ ଯେତିକି ପାଖଉଛି ସେତିକି ଭୟଙ୍କର ହେଉଛି ସାଇକ୍ଲୋନ୍ । ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢୁଛି ମିଗଜୋମ୍ ।

ନୂଆଦିଲ୍ଲୀ : ଉଗ୍ର ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ି ଆସୁଛି ସାଇକ୍ଲୋନ୍ । ଆନ୍ଧ୍ର ଉପକୂଳକୁ ଆଜି ହିଟ୍ କରିବ ମିଗଜୋମ୍ । ସମୟ ପାଖେଇବା ସହ ପ୍ରଭାବ ଦେଖାଇଲାଣି ବାତ୍ୟା । ସ୍ଥଳଭାଗକୁ ଯେତିକି ପାଖଉଛି ସେତିକି ଭୟଙ୍କର ହେଉଛି ସାଇକ୍ଲୋନ୍ । ଏବେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢୁଛି ମିଗଜୋମ୍ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନେଲ୍ଲୋରରୁ ୫୫ କିଲୋମିଟର ଉତ୍ତର-ଉତ୍ତର ପୂର୍ବ, ବାପାଟଲାରୁ ୧୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ମଛଲିପଟ୍ଟନମରୁ ୧୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର ଦିଗରେ ଗତି କରିବା ସହ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁଉଛି ବାତ୍ୟା ।

ନେଲ୍ଲୋର ଓ ମଛଲିପଟନମ୍ ଭିତରେ ବାପାଟଲା ନିକଟରେ ଆଜି ପୂର୍ବାହ୍ଣରେ ଲାଣ୍ଡଫଲ୍ କରିବ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ ମିଗଜୋମ୍ । ସେତେବେଳ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ରହିବ । ପବନର ବେଗ ବଢ଼ି ୧୧୦ କିଲୋମିଟର ରହିପାରେ । ଲାଣ୍ଡଫଲ୍ ବେଳେ ସ୍ଥଳଭାଗକୁ ମାଡ଼ି ଆସିବ ସମୁଦ୍ର । ସ୍ଥଳଭାଗ ଅତିକ୍ରମ ବେଳେ ସମୁଦ୍ରରେ ପାଖାପାଖି ଦେଢ଼ ମିଟର ଯାଏ ଜୁଆର ଉଠିବା ସମ୍ଭାବନା ରହିଛି । ଭୀଷଣ ଅଶାନ୍ତ ରହିଛି ସମୁଦ୍ର । ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଆଜି ଅତି ଭୀଷଣ ବର୍ଷା ପାଇଁ ଦକ୍ଷିଣ ଆନ୍ଧ୍ର ସମେତ ଉତ୍ତର ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ କରାଇକଲକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ୨୦୪.୪ ମିମିରୁ ଅଧିକ ବର୍ଷା ହୋଇପାରେ। ସ୍ଥଳଭାଗ ମୁହାଁ ହେବା ସହ ଆନ୍ଧ୍ର ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା । ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ପାଇଁ ଆନ୍ଧ୍ରପ୍ରଦେଶର ନେଲ୍ଲୋର, ବାପାଟଲା, ତିରୁପତି, କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋଣାସୀମା, କାକିନାଡାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.