ମିଳିଛି ବେଲ୍ : ଜେଲରୁ ବାହାରିବେ ରାଣୀ ମହୁମାଛି ଅର୍ଚ୍ଚନା ନାଗ, ସର୍ତ୍ତମୂଳକ ଜାମିନ ମଂଜୁର

ମିଳିଛି ବେଲ୍, ଏବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ। ଆବଶ୍ୟକ କାଗଜପତ୍ର କାମ ପରେ ଆଜି କିମ୍ବା କାଲି ଭିତରେ ଝାରପଡ଼ା ଜେଲରୁ ମୁକୁଳି ପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ ।

ଭୁବନେଶ୍ୱର (କେନ୍ୟୁଜ): ମିଳିଛି ବେଲ୍, ଏବେ ଜେଲରୁ ବାହାରିବେ ଅର୍ଚ୍ଚନା ନାଗ। ଆବଶ୍ୟକ କାଗଜପତ୍ର କାମ ପରେ ଆଜି କିମ୍ବା କାଲି ଭିତରେ ଝାରପଡ଼ା ଜେଲରୁ ମୁକୁଳି ପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ । ଅର୍ଚ୍ଚନାଙ୍କ ବିରୋଧରେ ୩ଟି ମାମଲା ରହିଥିବା ବେଳେ ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି। ଏଣୁ ଏବେ ଅର୍ଚ୍ଚନା ଜେଲରୁ ମୁକୁଳିବା ବାଟ ସଫା ହୋଇଛି।

ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ -ଇଡି ଗିରଫ କରିଥିଲା । ମନି ଲଣ୍ଡରିଂର ଖୋଳତାଡ଼ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ଇଡିକୁ ପ୍ରମାଣ ମିଳିଥିଲା। ପୂର୍ଵରୁ ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ନାଗଙ୍କୁ ମଧ୍ୟ ଜାମିନ ପ୍ରଦାନ କରି ଥିଲେ ହାଇକୋର୍ଟ । ତେବେ ଆଜି କିମ୍ବା କାଲି ଅର୍ଚ୍ଚନା ଜେଲରୁ ମୁକୁଳିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ଓକିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.