Below header

ପିକ୍‌ନିକ୍‌ ଯିବା ବେଳେ ଅଘଟଣ: ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୫ ଗୁରୁତର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭୋଜି କାରିବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି। ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟିଟିଲାଗଡ଼ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଭୋଜି କାରିବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି। ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଟିଟିଲାଗଡ଼ ବ୍ଲକ ଅଧୀନ ହଳଦୀ ଗାଁରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍ ଯୋଗେ କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ ପିକ୍‌ନିକ୍‌ ପାଇଁ ଯାଉଥିଲେ। ମାତ୍ର ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ତୁରନ୍ତ ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭ୍ୟାନ୍‌ ଭିତରୁ ୧୫ ଜଣଙ୍କୁ ବାହାର କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.