ନୂଆଦିଲ୍ଲୀ : ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍ । ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ବଡ଼ ଅପରେସନ୍ । ହମାସ ଆତଙ୍କୀଙ୍କ ୪୦୦ ସ୍ଥାନରେ ବୋମାମାଡ଼ କରିଛି ଇସ୍ରାଏଲ୍। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ପ୍ରାଥମିକତା ଦେଉଛି । ନାଗରିକ ସୁରକ୍ଷା ପାଇଁ ଇସ୍ରାଏଲର ସୈନ୍ୟ ଅଭିଯାନ ଜାରିରଖିଛି । ଏପଟେ ସମୁଦ୍ର ବାଟରେ ହମାସ ଆତଙ୍କୀଙ୍କ ଇସ୍ରାଏଲ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଇସ୍ରାଏଲ ଆଡକୁ ରକେଟ ମାଡ଼ କରୁଛନ୍ତି ହମାସ ଗନମ୍ୟାନ।
ସୂଚନାଥାଉକି, ଇସ୍ରାଏଲ ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରିଛି। ଗାଜାକୁ ଖାଦ୍ୟ, ପାଣି, ବିଜୁଳି, ତେଲ ଆଦି ଯୋଗାଣ ବନ୍ଦ କରିଛି । ଅନ୍ୟପଟେ ଇସ୍ରାଏଲ ସେନା ଗାଜା ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇଛନ୍ତି । ସବୁଜ ସଙ୍କେତ ମିଳିବା ପରେ ଗାଜାରେ ପଶି ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଖୋଜି ଖୋଜି ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଇସ୍ରାଏଲ ଗୁରୁତ୍ୱ ଦେଉଛି ।
ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏହାର ୧୭ ତମ ଦିନରେ ପହଞ୍ଚିଥିବା ବେଳେ ଏହା ଉଭୟ ପକ୍ଷ ପାଇଁ ଗାଜାରେ ଚାଲିଥିବା ପାଞ୍ଚଟି ସଂଘର୍ଷ ମଧ୍ୟରୁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪,୭୪୧ରେ ପହଞ୍ଚିଥିବା ବେଳେ ଅବରୋଧିତ ଅଞ୍ଚଳରେ ପାଖାପାଖି ୧୬,୦୦୦ ଲୋକ ଆହତ ହୋଇଛନ୍ତି। ଅଧିକୃତ ପଶ୍ଚିମ ତଟରେ ହିଂସା ଓ ଇସ୍ରାଏଲ ଆକ୍ରମଣରେ ୯୩ ଜଣ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରାଳୟ କହିଛି।
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…