ଦେଶ ବିଦେଶ

ଯୁଦ୍ଧ କ୍ଷତିଗ୍ରସ୍ତ ବିଲ୍ଡିଂ ଉପରେ ଚଢ଼ି ଛାତ୍ରଛାତ୍ରୀ କରାଇଲେ ଗ୍ରୁପ୍‌ ଫଟୋଶୁଟ୍‌, ସୋସିଆଲ ମିଡିଆରେ ଭାଇରାଲ

ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଏକ ସ୍କୁଲର ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ବିଲ୍ଡିଂ ସମ୍ମୁଖରେ ନିଜର ଗ୍ରୁପ୍‌ ଫଟୋ ଉଠାଇଛନ୍ତି। ଛାତ୍ରଛାତ୍ରୀମାନେ ଫଟୋଶୁଟ୍‌ କରାଇବା ପାଇଁ କ୍ଷତିଗ୍ରସ୍ତ ବିଲ୍ଡିଂକୁ ହିଁ ବ୍ୟାକ୍‌ଗ୍ରାଉଣ୍ଡ ରୂପେ ଚୟନ କରିିଥିଲେ। ୟୁକ୍ରେନର ଆଣ୍ଟି କରପ୍ସନ ଆକ୍ସନ ସେଣ୍ଟରର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାରିୟା କାଲେନେୟୁକ ସୋମବାର ଏହି ଫଟୋକୁ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋ ପୋଷ୍ଟ ସହିତ ସେ କ୍ୟାପସନ ଲେଖିଛନ୍ତି, ‘ଚେର୍ନିଗିଭ୍‌ ସ୍କୁଲରେ ସ୍ନାତକ’।

ତେବେ ଯିଏ ଛାତ୍ରଛାତ୍ରୀଙ୍କ ଫଟୋ ଉଠାଇଥିଲେ, ସେ ଷ୍ଟାନିସ୍ଲାଭ୍‌ ସୈନିକ। ସେ କହିଥିଲେ କି, ଏହି ସ୍ମୃତିକୁ କଏଦ କରିବା ତାଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। ଆଜିଠୁ ୧୦-୧୫ ବର୍ଷ ପରେ ଯେତେବେଳେ ତାଙ୍କ ନିଜର ଛୁଆ ହେବେ, ତ ସେ ସେମାନଙ୍କୁ ଏହି ଫଟୋ ଦେଖାଇ ପାରିବେ।

ଭାଇରାଲ ଫଟୋରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ଯୁଦ୍ଧ କ୍ଷତିଗ୍ରସ୍ତ ବିଲ୍ଡିଂ ନଜର ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଚେହେରାରେ ଆତ୍ମବିଶ୍ୱାସ ଓ ନିର୍ଭୟତା ଦେଖିବାକୁ ମିଳୁଛି। ଏହି ପୋଷ୍ଟକୁ ଟ୍ଵିଟରରେ ୬୭,୦୦୦ରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ୧୦,୦୦୦ରୁ ଅଧିକ ରି-ଟ୍ଵିଟ୍‌ କରାଯାଇଛି।

ସେପଟେ ଖାର୍କିଭ ସହରରୁ ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ କିଛି କିଶୋର, କିଶୋରୀଙ୍କୁ କ୍ଷତିଗ୍ରସ୍ତ କୋଠା ସମ୍ମୁଖରେ ନାଚୁଥିବାର ଦେଖି ପାରିବେ। ୪୫ ସେକେଣ୍ଡର ଏହି ଭିଡିଓକୁ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ କରିଛି। ଭିଡିଓରେ ଆପଣ ଯେଉଁ ଯୁବଗୋଷ୍ଠୀଙ୍କୁ କୋଠା ସମ୍ମୁଖରେ ନାଚୁଥିବାର ଦେଖୁଛନ୍ତି, ସେମାନେ ଏହି ବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। କିଶୋର, କିଶୋରୀମାନେ ନିଜର ପ୍ରତିବାଦ ଜଣାଇବା ପାଇଁ କ୍ଷତିଗ୍ରସ୍ତ କୋଠା ସମ୍ମୁଖରେ ଡ୍ୟାନ୍ସ କରିଥିବା ଜଣାଯାଇଛି।

Roshni

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

2 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

20 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

23 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

58 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago