ଦେଶ ବିଦେଶ

ଶିକ୍ଷକ ଭର୍ତ୍ତି ପାଇଁ ଫର୍ମ ପୂରଣ କରିଥିଲେ ଯୁବତୀ, ହେଲେ ଆଡମିଟ୍‌ କାର୍ଡରେ ନିଜ ଫଟୋ ବଦଳରେ ଆସିଲା ସନ୍ନିଙ୍କ ଅଶ୍ଳୀଳ ଫଟୋ

ଶିକ୍ଷକ ଭର୍ତ୍ତି ପାଇଁ ଫର୍ମ ପୂରଣ କରିଥିଲେ ଯୁବତୀ। ହେଲେ ଆଡମିଟ୍‌ କାର୍ଡରେ ଆସିଲା ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ। ଖବର ଜାଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏମିତି ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି।

ସରକାରୀ ଚାକିରି ହେଉ ଅବା ବେସରକାରୀ ଯେ କୌଣସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ନିହାତି ଜରୁରୀ । ପରୀକ୍ଷା ହଲରେ ଏଣ୍ଟ୍ରି କରିବା ପାଇଁ ଆଡମିଟ୍ କାର୍ଡର ଆବଶ୍ୟକ ହୋଇଥାଏ । ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବାବେଳେ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଥାଏ। ହେଲେ ୨୦୨୨ କର୍ଣ୍ଣାଟକରେ ଶିକ୍ଷକ ପଦବୀ ପାଇଁ ଏକ ସରକାରୀ ଚାକିରିରେ ଆବେଦନ କରିଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ସନ୍ନି ଲିଓନିଙ୍କ ଫଟୋ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ଟ୍ଵିଟରରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଏହି ମାମଲା କର୍ଣ୍ଣାଟକର ଶିକ୍ଷକ ଭର୍ତ୍ତି ପରୀକ୍ଷା ୨୦୨୨ରେ ଦେଖିବାକୁ ମିଳିଛି।

କର୍ଣ୍ଣାଟକ ଶିକ୍ଷକ ଭର୍ତ୍ତି ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ ଦେଖି ରାଜ୍ୟ ଶିକ୍ଷା ବିଭାଗ ଏହାକୁ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ଟ୍ଵିଟରରେ ଏହି ଫଟୋ ଭାଇରଲ ହେବା ସହିତ ସରକାରଙ୍କୁ ବିପକ୍ଷ ଦଳ ଟ୍ରୋଲ କରିବାରେ ଲାଗିଛନ୍ତି। ଘଟଣାର ତଦନ୍ତ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା କର୍ଣ୍ଣାଟକ ଶିକ୍ଷା ସଂସ୍ଥା ସୂଚନା ଦେଇଛି ।

ଟ୍ଵିଟରରେ ଟ୍ରୋଲ କରି କୁହାଯାଇଛି, ଘରେ ଅଶ୍ଳୀଳ ଫିଲ୍ମ ଦେଖିବାର ପରିଣାମ ଆଉ କ’ଣ ବା ହୋଇପାରେ ! ବିଜେପିକୁ ଆକ୍ଷେପ କରି କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାର ପର୍ସନ ବି.ଆର ନାଇଡୁ ଗତ ମଙ୍ଗଳବାର ଟ୍ୱିଟରରେ କିଛି ଏଭଳି କମେଣ୍ଟ କରିବା ସହ ଏହି ଆଡମିଟ୍ କାର୍ଡର ଏକ ସ୍କ୍ରିନ୍ ସର୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ଆଡମିଟ୍ କାର୍ଡଟିର ସ୍କ୍ରିନସର୍ଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପରୀକ୍ଷାଟି ନଭେମ୍ୱର ୬ରେ ହୋଇଥିବା ବେଳେ ୭୮୧ ସେଣ୍ଟରରେ ମୋଟ୍ ୩ ଲକ୍ଷ ୩୨ ହଜାର ୯ ଶହ ୧୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago