ଦେଶ ବିଦେଶ

ଧରାଶାୟୀ ହେଲା ନୋଏଡା ଟ୍ଵିନ ଟାଓ୍ଵାର, ପାଣିରେ ପଡିଲା ୮୦୦ କୋଟି ଟଙ୍କା

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଟଳି ପଡିଲା ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର। ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ।

୩୨ ମହଲା ଏବଂ ୩୦ ମହଲା ବିଶିଷ୍ଟ ଦୁଇଟି ବିଲିଡିଂ ମାଟିରେ ମିଶିଛି। ଏଠାରେ ସୁରକ୍ଷା ଦାୟିତ୍ୱ ପାଇଁ ୫୦୦ରୁ ଅଧିକ ପୋଲିସ, ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍‌ ଉପସ୍ଥିତି ରହିଥିଲେ। ଟ୍ଵିନ ଟାଓ୍ଵାର ପାଖରେ ୪୫ଟି କୋଠା ରହିଛି। ଯାହାକୁ ପୂର୍ବରୁ ସତର୍କ ସୂଚନା ଦଆଯାଇ ଖାଲି କରାଯାଇଛି। ଆଖପାଖରେ ଥିବା ୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ଟ୍ଵିନ ଟାଓ୍ଵାର ଭାଙ୍ଗିବା ଖର୍ଚ୍ଚ:

ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଟାଓ୍ଵାର ତିଆରି କରୁଥିବା ସୁପରଟେକ କମ୍ପାନୀ ଦେବ। ଟାଓ୍ଵାର ଭାଙ୍ଗିବା ଦ୍ୱାରା ୩ ହଜାର ଟ୍ରକ ଧ୍ୱଂସବିଶେଷ ମିଳିବ। ଯାହାର ଦାମ୍‌ ପାଖାପାଖି ୧୩ କୋଟି ଟଙ୍କା। ଏହାକୁ ସଫା କରିବା ପାଇଁ ୩ ମାସ ସମୟ ଲାଗିଲ। ଆଉ ଏଥିରୁ ୪ ହଜାର ଟନ ଷ୍ଟିଲ ବାହାରିବାର ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ମୁତାବକ, ସୁପରଟେକ କମ୍ପାନୀ ୯୫୦ ଫ୍ଲାଟ ତିଆରି କରିଥିବା ଟ୍ଵିନ୍‌ ଟାଓ୍ଵାର ତିଆରି କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଫ୍ଲାଟର ମାର୍କେଟ ଦାମ୍‌ ୮୦୦ କୋଟି ରହିଛି।

କ’ଣ ରହିଛି ମାମଲା :

ଟ୍ଵିନ ଟାଓ୍ଵାର ବିବାଦ ଅନେକ ବର୍ଷ ପୁରୁଣା। ପ୍ରଥମରୁ ଏହାକୁ ଭାଙ୍ଗିବା ପାଇଁ ସମୟ ଧାର୍ଯ୍ୟ ହୋଇସାରିଥିଲେ ମଧ୍ୟ ଅନେକ ଥର ବିଭିନ୍ନ କାରଣ ଯୋଗୁଁ ଶେଷ ସମୟରେ କାମ ହୋଇପାରିନାହିଁ। ୨୦୦୪ରେ ନୋଏଡାର ବିକାଶ ପ୍ରାଧିକରଣ ସୁପରଟେକ କମ୍ପାନୀକୁ ନୋଏଡା ସେକ୍ଟର-୯୩ ଏରେ ଏକ ହାଉସିଂ ସୋସାଇଟି ପାଇଁ ଜମି ଦେଇଥିଲା। ସୁପରଟେକ କମ୍ପାନୀ ଏଥିରେ ୧୪ଟି ଟାଓ୍ଵାର ଏବଂ ଏକ ସପିଂ କମ୍ପ୍ଲେକ୍ସ କରିବାର ଥିଲା। ସମସ୍ତ ଟାଓ୍ଵରକୁ ୯ ଟି ଫ୍ଲୋର ପର୍ଯ୍ୟନ୍ତ କରିବାର ଥିଲା। ସୁପରଟେକ କମ୍ପାନୀ ଏମରୋଲ୍ଡ କୋର୍ଟ ନାମରେ ଏକ ହାଉସିଂ ସୋସାଇଟି ନିର୍ମାଣ କରିଥିବା ଆରମ୍ଭ କରିଥିଲା। ଜୁନ୍‌ ୨୦୦୬ରେ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଥିଲା ଏବଂ ନୋଏଡା ପ୍ରାଧିକରଣ ଅତିରିକ୍ତ ଜମି ଦେଇ୧୫ ଟାଓ୍ଵାରରେ୧୧ଟି ଫ୍ଲୋରର ପାଖାପାଖି ୬୮୯ ପ୍ଲାଟ କରିବା ପାଇଁ କହିଥିଲା।

 

Also Read : ନୋଏଡା ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ନେଇ ଜାରି ହେଲା ଆଡଭାଇଜରୀ, କିଛିଦିନ ପାଇଁ ଝରକା ବନ୍ଦ ରଖିବାକୁ ପରାମର୍ଶ

 

Swagatika

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

4 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

7 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

27 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

1 hour ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago