ଦେଶ ବିଦେଶ

ଇଲେକ୍ଟୋରାଲ ବଣ୍ଡ ମାମଲା : ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ସାର୍ବଜନୀନ କର ସମସ୍ତ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ପୁଣି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଗୁରୁବାର ସୁଦ୍ଧା ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ଏସବିଆଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ।

ସମସ୍ତ ତଥ୍ୟ ଦେବା ପରେ ସୁପ୍ରିମକୋର୍ଟରେ ଏ ସଂପର୍କିତ ସତ୍ୟପାଠ ଦାଖଲ କରିବେ ଏସବିଆଇ ଅଧ୍ୟକ୍ଷ । ଏଥିରେ ଉଲ୍ଲେଖ କରିବେ ଯେ, ନିର୍ବାଚନୀ ବଣ୍ଡକୁ ନେଇ କୌଣସି ତଥ୍ୟ ଲୁଚାଇ ଯାଇନାହିଁ । ନିର୍ବାଚନ କମିଶନଙ୍କ ନିକଟରେ ଏସବିଆଇ ଯେଉଁ ତଥ୍ୟ ଦାଖଲ କରିଛି, ସେଥିରେ ବଣ୍ଡ୍ ସଂଖ୍ୟାକୁ ନେଇ ସଂପୂର୍ଣ୍ଣ ବିବରଣୀ ନାହିଁ । ୟୁନିକ ନମ୍ବର ଜଣାଇଲେ ନିର୍ବାଚନୀ ବଣ୍ଡ କେଉଁ ରାଜନୈତିକ ଦଳକୁ ଯାଇଛି ତାହା ସ୍ପଷ୍ଟ ହେବ । ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଏହି ତଥ୍ୟ ସର୍ଵସାଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବ ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ଯେଉଁ ତଥ୍ୟ ଦିଆଯାଇଛି ତାହା ଅସଂପୂର୍ଣ୍ଣ ।

ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସବିଆଇ ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହୋଇଥିଲା । ମାର୍ଚ୍ଚ ୧୨ ସୁଦ୍ଧା ବିବରଣୀ ଦେବାକୁ ଏସବିଆଇକୁ କୋର୍ଟ କହିଥିଲେ । ମାର୍ଚ୍ଚ ୧୫ ସୁଦ୍ଧା ଏହାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।

Swagatika

Recent Posts

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

10 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

12 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

36 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

38 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

39 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

53 mins ago