ଇଲେକ୍ଟୋରାଲ ବଣ୍ଡ ମାମଲା : ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ସାର୍ବଜନୀନ କର ସମସ୍ତ ତଥ୍ୟ
ଆସନ୍ତା ଗୁରୁବାର ସୁଦ୍ଧା ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ଏସବିଆଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ସମସ୍ତ ତଥ୍ୟ ଦେବା ପରେ ସୁପ୍ରିମକୋର୍ଟରେ ଏ ସଂପର୍କିତ ସତ୍ୟପାଠ ଦାଖଲ କରିବେ ଏସବିଆଇ ଅଧ୍ୟକ୍ଷ ।

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ପୁଣି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଗୁରୁବାର ସୁଦ୍ଧା ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ଏସବିଆଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ।
ସମସ୍ତ ତଥ୍ୟ ଦେବା ପରେ ସୁପ୍ରିମକୋର୍ଟରେ ଏ ସଂପର୍କିତ ସତ୍ୟପାଠ ଦାଖଲ କରିବେ ଏସବିଆଇ ଅଧ୍ୟକ୍ଷ । ଏଥିରେ ଉଲ୍ଲେଖ କରିବେ ଯେ, ନିର୍ବାଚନୀ ବଣ୍ଡକୁ ନେଇ କୌଣସି ତଥ୍ୟ ଲୁଚାଇ ଯାଇନାହିଁ । ନିର୍ବାଚନ କମିଶନଙ୍କ ନିକଟରେ ଏସବିଆଇ ଯେଉଁ ତଥ୍ୟ ଦାଖଲ କରିଛି, ସେଥିରେ ବଣ୍ଡ୍ ସଂଖ୍ୟାକୁ ନେଇ ସଂପୂର୍ଣ୍ଣ ବିବରଣୀ ନାହିଁ । ୟୁନିକ ନମ୍ବର ଜଣାଇଲେ ନିର୍ବାଚନୀ ବଣ୍ଡ କେଉଁ ରାଜନୈତିକ ଦଳକୁ ଯାଇଛି ତାହା ସ୍ପଷ୍ଟ ହେବ । ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଏହି ତଥ୍ୟ ସର୍ଵସାଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବ ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ଯେଉଁ ତଥ୍ୟ ଦିଆଯାଇଛି ତାହା ଅସଂପୂର୍ଣ୍ଣ ।
#WATCH | Delhi: Advocate Prashant Bhushan says, “Today, the Supreme Court heard its notice to SBI, asking them why they had not disclosed the alphanumeric number on each bond of the purchaser, as well as of the party which redeemed those bonds…The Court passed an order saying… pic.twitter.com/xRLJzwVF3G
— ANI (@ANI) March 18, 2024
ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସବିଆଇ ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହୋଇଥିଲା । ମାର୍ଚ୍ଚ ୧୨ ସୁଦ୍ଧା ବିବରଣୀ ଦେବାକୁ ଏସବିଆଇକୁ କୋର୍ଟ କହିଥିଲେ । ମାର୍ଚ୍ଚ ୧୫ ସୁଦ୍ଧା ଏହାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିସନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।