ରିମୋଟ୍‌ ଖରାପ ହେଲେ ଟ୍ରାଏ କରନ୍ତୁ ଏହି ଟିପ୍ସ, ମିଳିବ ଫାଇଦା

ଟିଭି ଚ୍ୟାନେଲ ବଦଳାଇବା ହେଉ କିମ୍ବା ଭଲ୍ୟୁମ୍ ଲେଭଲକୁ ମ୍ୟାନେଜ୍‌ କରିବା ହେଉ ଆପଣ ସବୁ କିଛି ରିମୋଟରେ କଣ୍ଟ୍ରୋଲ କରି ପାରୁଛନ୍ତି । ବର୍ତ୍ତମାନ ଫ୍ୟାନ୍‌ ଏବଂ ଲାଇଟ ପାଇଁ ମଧ୍ୟ ରିମୋଟ୍ ବ୍ୟବହାର ଆରମ୍ଭ ହୋଇଛି ।

ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଇଲେକ୍ଟ୍ରିକ୍‌ ଡିଭାଇସ୍‌ ରେ ରିମୋଟ୍ କଣ୍ଟ୍ରୋଲ୍ ରହୁଛି, ଯାହା ଅତ୍ୟନ୍ତ ସୁବିଧାଜନକ ହୋଇଯାଏ । ଆପଣ ଗୋଟିଏ ସ୍ଥାନରେ ବସି ସବୁ ଜିନିଷ କଣ୍ଟ୍ରୋଲ କରିବାର ସୁବିଧା ଦିଆଯାଉଛି । ଟିଭି ଚ୍ୟାନେଲ ବଦଳାଇବା ହେଉ କିମ୍ବା ଭଲ୍ୟୁମ୍ ଲେଭଲକୁ ମ୍ୟାନେଜ୍‌ କରିବା ହେଉ ଆପଣ ସବୁ କିଛି ରିମୋଟରେ କଣ୍ଟ୍ରୋଲ କରି ପାରୁଛନ୍ତି । ବର୍ତ୍ତମାନ ଫ୍ୟାନ୍‌ ଏବଂ ଲାଇଟ ପାଇଁ ମଧ୍ୟ ରିମୋଟ୍ ବ୍ୟବହାର ଆରମ୍ଭ ହୋଇଛି ।

ତେବେ ରିମୋଟ୍‌ ଅଧିକ ବ୍ୟବହାର କରାଯାଉଥିବାରୁ ବାରମ୍ବାର ବ୍ୟାଟେରୀ ଚେଞ୍ଜ କରିବାକୁ ପଡ଼ିଥାଏ । କିନ୍ତୁ ବେଳେବେଳେ ବ୍ୟାଟେରୀ ଚେଞ୍ଜ କରିବା ପରେ ମଧ୍ୟ ରିମୋଟ୍ କାମ କରେ ନାହିଁ । ପରେ ରିମୋଟ୍‌ ଖରାପ ହୋଇଛି ଭାବି ଆମେ ଏହାକୁ ଫୋପାଡି ଦେଇଥାଉ । କିନ୍ତୁ ଆମେ ଆପଣଙ୍କୁ ଆଜି ଏପରି କିଛି ଟିପ୍ସ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ରିମୋଟ୍ ଠିକ୍‌ କରିପାରିବେ ଏବଂ ଏହାକୁ ପୁଣି ଥରେ ବ୍ୟବହାର କରିପାରିବେ ।

ଯଦି ଆପଣ ନୂଆ ବ୍ୟାଟେରୀ ଚେଞ୍ଜ କରିଛନ୍ତି, ତା ପରେ ମଧ୍ୟ ରିମୋଟ୍ କାମ କରୁନାହିଁ ତେବେ ଆପଣ ବ୍ୟାଟେରୀ ପୋର୍ଟ ସଫା କରିବା ଉଚିତ୍ । ବେଳେବେଳେ ଏହା ମଇଳା ହୋଇଯାଏ । ଯେଉଁ କାରଣରୁ ବ୍ୟାଟେରୀ ସଠିକ୍ ଭାବରେ କାମ କରିନଥାଏ ଏବଂ ରିମୋଟ୍ କଣ୍ଟ୍ରୋଲ୍ ମଧ୍ୟ ଚାଲେ ନାହିଁ । ଏହାକୁ ସଫା କରିବା ଦ୍ୱାରା ରିମୋଟ୍‌ ଠିକ୍ ଭାବରେ କାମ କରିପାରିବ ।

ଯଦି ନୂଆ ବ୍ୟାଟେରୀ ଭର୍ତ୍ତି କରିବା ପରେ ମଧ୍ୟ ରିମୋଟ୍ କାମ କରୁନାହିଁ, ତେବେ ଚେକ୍‌ କରନ୍ତୁ ଏହା ଓଦା ଅଛି କି ନାହିଁ । ଓଦା ସ୍ଥାନରେ ଆପଣ ରିମୋଟ୍ ରଖନ୍ତୁ ନାହିଁ । ଓଦା ସ୍ଥାନରେ ରଖିବା ଦ୍ୱାରା ରିମୋଟ୍‌ ବ୍ୟାଟେରୀ ପୋର୍ଟରେ ଲାଗିଥିବା ସ୍ପ୍ରିଙ୍ଗ୍‌ ଏବଂ ପ୍ଲେଟ୍ କଳଙ୍କି ଲାଗିଯାଏ । ଏଥିପାଇଁ ଆପଣ ବ୍ୟାଟେରୀ ପୋର୍ଟକୁ ଭଲ ଭାବେ ଯାଞ୍ଚ କରିବା ଉଚିତ୍ । ଯଦି ଏହା କଳଙ୍କି ଲାଗିଯାଇଥାଏ ତେବେ ଏହାକୁ ଏହାକୁ ଭଲ ଭାବେ ସଫା କରନ୍ତୁ । ପରେ ରିମୋଟ୍ କଣ୍ଟ୍ରୋଲ୍ ଠିକ୍‌ ଭାବେ କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.