ଦେଶ ବିଦେଶ

ଶୀଘ୍ର ଆସିପାରେ ସୁପ୍ରିମକୋର୍ଟର ନିଜସ୍ୱ ଚ୍ୟାନେଲ, ଦେଖି ପାରିବେ ଲାଇଭ୍ ଶୁଣାଣି

ଲକ୍ ଡାଉନ୍ ସମୟରେ ଦେଶର ପ୍ରତ୍ୟେକ କୋର୍ଟରେ ଭିଡିଓ କନଫରେନ୍ସିଂର ସୁବିଧା ଆରମ୍ଭ ହୋଇଥିଲା। ଖାଲି ସୁପ୍ରିକୋର୍ଟ ନୁହେଁ କୋଭିଡ ପାଇଁ ଯେକୌଣସି ସ୍ଥାନରେ ବି ମିଟିଂ ହେଉଥିଲା ତାହା ଭିଡ଼ିଓ କନଫରେନ୍ସି ଜରିଆରେ ହିଁ ହେଉଥିଲା। ତେବେ ପ୍ରତ୍ୟେକ ସ୍ଥାନରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଚାରି ବର୍ଷ ପୂର୍ବେ ନିର୍ଦ୍ଦେଶ ଦେଇଥିଲା ଯେ କୋର୍ଟର ପ୍ରକ୍ରିୟା ଅର୍ଥାତ୍ ଜନସାଧାରଣଙ୍କ ସହ ଜଡିତ ମାମଲାର ଶୁଣାଣି ସିଧା ପ୍ରସାରଣ ହୋଇପାରିବ।

ଜନସାଧାରଣଙ୍କ ସହ ଜଡିତ ସ୍ୱତନ୍ତ୍ର ମାମଲାର ଶୁଣାଣି ପାଇଁ ଲାଇଭ୍ ଟେଲିକାଷ୍ଟ ପାଇଁ ସୁପ୍ରିମକୋର୍ଟର ନିଜସ୍ୱ ପୃଥକ ଚ୍ୟାନେଲ୍ ଶୀଘ୍ର ଲଞ୍ଚ ହୋଇପାରେ। ସୁପ୍ରିମକୋର୍ଟର ଇ-କମିଟି ଏ ବାବଦରେ ଗଭୀର ଭାବରେ ବିଚାର କରୁଛି। ଖୁବ୍ ଶୀଘ୍ର କମିଟି ମଧ୍ୟ ଏହା ଉପରେ ନିଷ୍ପତ୍ତି ନେବ। ଏହା ସମ୍ଭବ ହୋଇପାରେ ଯେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ନଭେମ୍ବରରେ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି କଳ୍ପନା ବାସ୍ତବରେ ପରିଣତ ହେବ।

ସୁପ୍ରିମକୋର୍ଟର ଜଜ୍ ତଥା ଇ-କମିଟିର ଚେୟାରମ୍ୟାନ୍ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ ସଂସଦ ଟିଭିରେ ସୁପ୍ରିମକୋର୍ଟର ପୃଥକ ଚ୍ୟାନେଲ୍ ରହିବ। ଏହା ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଏବଂ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ସମ୍ଭବ ହେବ। ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରକ୍ରିୟା ଆଂଶିକ ଟେଲି ପ୍ରସାରଣ କରାଯାଉଛି। ୨୦ ମାର୍ଚ୍ଚ ୨୦୨୦ ଠାରୁ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁପ୍ରିମକୋର୍ଟର ପ୍ରକ୍ରିୟା ଦୁଇ ବର୍ଷ ଧରି ଅନଲାଇନ୍ ଅର୍ଥାତ୍ ଭର୍ଚୁଆଲ୍ ମୋଡ୍ ରେ ଚାଲିଥିଲା। ଯାହାକି କେବଳ ଅଳ୍ପ କିଛି ପ୍ରାଧିକୃତ ବ୍ୟକ୍ତିଙ୍କୁ ଏହାକୁ ଦେଖିବାର ଅଧିକାର ଦିଆଯାଇଛି।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଏହି ଘୋଷଣା ଦ୍ୱାରା ଆଇନଜୀବୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ଲାଇଭ୍ ପ୍ରସାରଣ ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି କରିବ। ଏହା ସହିତ ଅଭିଯୋଗକାରୀ ଏବଂ ଅଭିଯୁକ୍ତମାନେ ସେମାନଙ୍କ ମାମଲାରେ ସେମାନଙ୍କ ଓକିଲଙ୍କ ଯୁକ୍ତି ଉପରେ ନଜର ରଖିପାରିବେ। କୋର୍ଟ କ’ଣ ନିର୍ଦ୍ଦେଶ ଦେଇଛନ୍ତି ତାହା ସେମାନେ ଜାଣିପାରିବେ। କର୍ଣ୍ଣାଟକ ଏବଂ ଗୁଜୁରାଟ ହାଇକୋର୍ଟର ସବୁ କାର୍ଯ୍ୟ ୟୁଟ୍ୟୁବରେ ପ୍ରସାରିତ ହୋଇଛି। ଯଦି ଆମେ ସାମ୍ପ୍ରତିକ ଯୁଗ ବିଷୟରେ କଥା ହେବା, ତେବେ ସୁପ୍ରିମକୋର୍ଟ ପ୍ରଥମ କୋର୍ଟ ହେବ ନାହିଁ ଯେଉଁଠାରୁ ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ସିଧା ପ୍ରସାରଣ ହେବ। ଅଦ୍ୟାବଧି କର୍ଣ୍ଣାଟକ ଏବଂ ଗୁଜୁରାଟ ହାଇକୋର୍ଟରେ ସେମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକଳାପର ଲାଇଭ୍ ଟେଲିକାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି।

ଯଦି ଆମେ ବିଶ୍ବ ବିଷୟରେ କଥା ହେବା ବ୍ରିଟେନ, କାନାଡା ଏବଂ ଆମେରିକା ସମେତ ୟୁରୋପର ଅନେକ ଦେଶ ୟୁରୋପୀୟ କୋର୍ଟ ଅଫ୍ ଜଷ୍ଟିସ୍ ଏବଂ ୟୁରୋପର ମାନବ ଅଧିକାର କୋର୍ଟ ମଧ୍ୟ ସେମାନଙ୍କର ସମସ୍ତ କାର୍ଯ୍ୟ କଳାପ ସିଧା ଚ୍ୟାନେଲରେ ପ୍ରସାରଣ କରନ୍ତି। ଏମିତିକି ଏହି ଅଦାଲତଗୁଡିକର ସବୁ ପ୍ରକ୍ରିୟା ରେକର୍ଡିଂ ସେମାନଙ୍କ ୱେବସାଇଟରେ ଉପଲବ୍ଧ।। ଆବଶ୍ୟକତା ଅନୁଯାୟୀ ଯେକେହି ଏହି ଭିଡ଼ିଓକୁ ଡାଉନଲୋଡ୍ କରିପାରିବେ।ଲକ୍ଡାଉନ୍ ସମୟରେ, ମାର୍ଚ୍ଚ ୨୦୨୦ ରୁ ମୋବାଇଲ୍ ଆପରେ ସୁପ୍ରିମକୋର୍ଟର ଅଧିକାରୀମାନେ,ଆଇନଜୀବୀ ତଥା ସାମ୍ବାଦିକମାନେ ଇ-କୋର୍ଟ ଅର୍ଥାତ୍ ଭର୍ଚୁଆଲ୍ ଶୁଣାଣି ସମୟରେ ସବୁ ମାମଲା ସହ ଜଡିତ କେଶ୍ ଅନଲାଇନ୍ ଦ୍ଵାରା ହିଁ ଦେଖନ୍ତି। ଏହି ମୋବାଇଲ୍ ଆପ୍ ମାଧ୍ୟମରେ ସୁପ୍ରିମକୋର୍ଟର ୧୭ ଟି ବେଞ୍ଚର ପ୍ରକ୍ରିୟା ବର୍ତ୍ତମାନ ଲାଇଭ୍ ଦେଖାଯାଉଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

14 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

16 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

22 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

31 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

31 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

49 mins ago