ସ୍ପେଶାଲ

ସମୁଦ୍ରରେ ରହିଛି ଆହୁରି ଲକ୍ଷ ଲକ୍ଷ ଭାଇରସ, ମଣିଷ ପାଇଁ ଘାତକ ହୋଇପାରେ ଏହି ସମୁଦ୍ରୀ ଜୀବାଣୁ

ଆମେରିକା ବୈଜ୍ଞାନିକ ଏକ ଖୁଲାସା କରିଛନ୍ତି । ସମୁଦ୍ରରେ ୫୦୦୦ରୁ ବେଶୀ ନୂଆଁ ଭାଇରସକୁ ନେଇ ଦାବି କରିଛନ୍ତି ବାଜ୍ଞାନିକ । ଏହି ନୂଆ ଭାଇରସ ବି କରୋନା ଭଳି ଆରଏନଏ ଭାଇରସ ଅଟେ । ଏହି ଦାବି ଆମେରିକାର ଓହିଓ ଷ୍ଟେଟ ୟୁନିଭରସିଟିର ବୈଜ୍ଞାନିକ ମାନେ କରିଛନ୍ତି । ଅନୁସନ୍ଧାନକାରୀଙ୍କ କହିବା କଥା କି ନୂଆ ଭାଇରସ ଭାରତର ଆରବ ସାଗର ଓ ହିନ୍ଦ ମହାସାଗରର ଉତ୍ତର ପଶ୍ଚିମ କ୍ଷେତ୍ରରେ ରହିଛି । ରିସର୍ଚ୍ଚ ଅନୁସାରେ ନୂଆଁ ଆରଏନଏ ଭାଇରସକୁ ଖୋଜିବାକୁ ଆମେରିକା ବୈଜ୍ଞାନିକମାନେ ଦୁନିଆର ସବୁ ସମୁଦ୍ରର ୧୨୧ ଅଲଗା ଅଲଗା ଇଲାକାର ପାଣିକୁ ସ୍ୟାମ୍ପଲ ଭାବେ ନେଇଥିଲେ ଏବଂ ଏହିି ସ୍ୟାମ୍ପଲର ଯାଞ୍ଚ କରାଯାଇଥିଲା । ରିପୋର୍ଟରେ ଅନେକ ଚକିତ କଲାଭଳି କଥା ସାମନାକୁ ଆସିଛି ।

ରିପୋର୍ଟ ହିସାବରେ ଅନୁସନ୍ଧାନକାରୀଙ୍କ କହିବା କଥା ଏହି ରିସର୍ଚ୍ଚ ଖାସ କରି ଆରଏନଏ ଭାଇରସକୁ ନେଇ ହୋଇଥିଲା । ଓହିଓ ଷ୍ଟେଟ ୟୁନିଭରସିଟିର ମାଇକ୍ରୋ ବାୟୋଲୋଜିଷ୍ଟ ମେଥ୍ୟୁ ସୁଲିବାନଙ୍କ କହିବା କଥା କି ଏପର୍ଯ୍ୟନ୍ତ ଆମକୁ କେବଳ ସେହି ଆରଏନଏ ଭାଇରସ ଉପରେ ସୂଚନା ଅଛି ଯେଉଁ ଭାଇରସ ମନୁଷ୍ୟର ଜୀବନକୁ ନେଇ ବିପଦ ଆଣିପାରେ । ଯେମିତିକି କରୋନା, ଇନଫ୍ଲୁଏଞ୍ଜା ଓ ଇବୋଲା ଆଦି । ନୂଆ ଭାଇରସ ଠାରୁ ଅନେକ କିଛି ନୂଆ କଥା ସାମନାକୁ ଆସିଥିବା କୁହାଯାଇଛି ।

ତାଙ୍କର କହିବା କଥା ଯଦି ସ୍ୟାମ୍ପଲର ତୁଳନା କରାଯାଏ ତେବେ ନୂଆ ଭାଇରସର ସଂଖ୍ୟା କମ ଅଟେ । ଭବିଷ୍ୟରେ ଏମିତି ଲକ୍ଷ ଲକ୍ଷ ଭାଇରସ ମିଳିବାର ସମ୍ଭାବନା ଅଧିକ । ସମୁଦ୍ରରେ ମିଳିଥିବା ଭାଇରସ କିଭଲି ରୋଗ ସୃଷ୍ଟି କରୁଛି ସେ ନେଇ ଯାଞ୍ଚ କରାଯିବ । ଯାହାଫଳରେ ଭବିଷ୍ୟରେ ଏମାନଙ୍କ ସହ ଲଢିବା ପାଇଁ ରଣନିତୀ ବନାଯାଇପାରିବ । ଆଗକୁ ରିସର୍ଚ୍ଚର ଫଳ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ ।

ଅନୁସନ୍ଧାନକାରୀଙ୍କ କହିବା କଥା କି ଆରଏନଏ ଭାଇରସରେ ଆରଡି ଆରପି ନାମକ ଜିନ ମିଳିଛି । ଏହା ଏକ ପୁରୁଣା ଜିନ ଅଟେ । କୁହାଯାଉଛି କି ଏହି ଜିନ ବହୁ ବର୍ଷ ପୁରୁଣା ଅଟେ । ଯଦିଓ ଏହି ଜିନର ଉତ୍ପତ୍ତି କେମିତି ହୋଇଛି ଏବଂ ମଣିଷ ପାଇଁ କେତେ ବିପଜ୍ଜନକ ଜଣାପଡିନାହିଁ । ତଥାପି ଏହା ବିଷୟରେ ଅଧିକ ବୁଝିବା ପାଇଁ ସେହିଭଲି ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବୈଜ୍ଞାନିକ । ବର୍ତ୍ତମାନ ରିସର୍ଚ୍ଚ ଭିତରେ ଚାରାବିରିକୋଟା, ପୈରାଜେନୋବିରିକୋଟା, ବାମାବିରିକୋଟା ଓ ଆର୍କଟିବିରିକୋଟା ନାମରେ ୫ଟି ନୂଆ ଭାଇରସ ପ୍ରଜାତି ମିଳିଥିବା କୁହାଯାଇଛି ।

ଆହୁରି ମଧ୍ୟ ଅନୁସନ୍ଧାନକାରୀ ମାନେ କହିଛନ୍ତି କି ଟାରାବିରିକୋଟା ସବୁ ସମୁଦ୍ରରେ ମିଳିଛି । ଆର୍କଟି ବିରିକୋଟା କେବଳ ଉତ୍ତର ଧ୍ରୁବରେ ଥିବା ଆର୍କଟିକ ସାଗରରେ ମିଲିଥିବା କୁହାଯାଇଛି । ବର୍ତତ୍ମାନ ଏହି କଥାର ଅଧ୍ୟୟନ କରାଯାଉଛି କି ପ୍ରାଚୀନ ଜିନ ଆରଡି ଆରପି ପୃଥିବୀକୁ କିଭଳି ଆସିଲା । କେତେ ଥର ଏଥିରେ ପରିବର୍ତ୍ତନ ଆସିଛି । ଏହାର କାମ କଣ ଓ ଏହା ମଣିଷଙ୍କ ପାଇଁ କେତେ ବିପଜ୍ଜନକ ହେଇପାରେ ।

ଆରଏନଏ ଭାଇରସକୁ ନେଇ ସୂଚନା ଯଦି ଦିଆଯାଏ ଏହା ଏଭଳି ଭାଇରସ ଅଟେ ଯାହାର ଜେନେଟିକ ମଟେରିଆଲ ଆରଏନଏ ଅଟେ । ଏହି ଭାଇରସ ଅସ୍ଥାୟୀ ଅଟେ । ତା ସହ ନିଜ ଜେନେଟିକ ମଟେରିଆଲରେ ବଦଳୁଥାଏ । କହିରଖୁଛୁ କି ଯେଉଁ ଭାଇରସ ଯେତେ ମ୍ୟୁଟେସନ ରେଟ୍‌ର ଅଟେ ତାହା ସେତିକି ବିପଦପୂର୍ଣ୍ଣ ଅଟେ । ଯେମିତିକି କରୋନା, ଇବୋଲା , ଇନଫ୍ଲୁଏଞ୍ଜା, ପୋଲିଓ ଏ ସମସ୍ତ ଭଇରସ ମଧ୍ୟ ଏହି କ୍ୟାଟେଗୋରୀର ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago