ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା, ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ଘଟଣାର ହେବ ନ୍ୟାୟିକ ତଦନ୍ତ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଭେଟନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ଘଟଣାର ହେବ ନ୍ୟାୟିକ ତଦନ୍ତ। ସୁପ୍ରିମକୋର୍ଟ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭିଏସ ସିରପୁରକ।  କମିଟିର ସଦସ୍ୟ ଅଛନ୍ତି ବମ୍ବେ ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ରେଖା ପ୍ରକାଶ ବଲଦୋତା ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି. ଆର୍‌. କାର୍ତ୍ତିକେୟନ୍‌। କମିଟି ତଦନ୍ତ କରି ୬ ମାସ ଭିତରେ ରିପୋର୍ଟ ଦେବେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବଡେଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ଅନ୍ୟ କୌଣସି କୋର୍ଟ କିମ୍ବା କମିଟି ତଦନ୍ତ କରିବେ ନାହିଁ।

ଫଳରେ ତେଲେଙ୍ଗାନା ହାଇକୋର୍ଟରେ ଥିବା ମାମଲା ଓ ଜାତୀୟ ମାନବାଧିକାର କମିସନ ନିଜ ଆଡୁ ଆରମ୍ଭ କରିଥିବା ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ପାଇଁ ବନ୍ଦ ରହିବ । ଶୁଣାଣି ବେଳେ ପ୍ରଧାନ ବିଚରପତି କହିଥିଲେ, ଲୋକଙ୍କୁ ଏନକାଉଣ୍ଟରର ସତ୍ୟତା ଜାଣିବାର ଅଧିକାର ରହିଛି। ଏନକାଉଣ୍ଟରର ବିଭିନ୍ନ ଦିଗ ନେଇ ତେଲେଙ୍ଗାନା ପୋଲିସକୁ ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି। ତେଲେଙ୍ଗାନା ପୋଲିସ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । କୋର୍ଟ କହିଥିଲେ, ଆମେ କହୁନୁ ଏଥିରେ ପୋଲିସର କିଛି ଭୁଲ୍‌ ରହିଛି। ସୁପ୍ରିମ କୋର୍ଟ କେବଳ ତଦନ୍ତ ନିର୍ଦ୍ଦେଶ ଦେବା ସହ ଏଥିରେ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି। ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ୪ ଅଭିଯୁକ୍ତଙ୍କୁ ଗତ ୬ ତାରିଖରେ ଏନକାଉଣ୍ଟର କରିଥିଲା ପୋଲିସ । ଏହାକୁ ନେଇ ବିଭିନ୍ନ ମାନବାଧିକାର ସଂଗଠନ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago