Categories: ରାଜ୍ୟ

କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ, ବିଧାୟକଙ୍କ ସହ ଶ୍ରୀକ୍ଷେତ୍ର ଯାତ୍ରା କଲେ ୪୨ଜଣ ବରିଷ୍ଠ ନାଗରିକ

ଯାଜପୁର (କେନ୍ୟୁଜ) : କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ। ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଭ୍ରମଣ କରାଇବାର ସଂକଳ୍ପ। ଆଜି ପ୍ରଥମ ପର୍ଯ୍ୟାୟରେ ୪୨ଜଣ ବୃଦ୍ଧ ତଥା ବରିଷ୍ଠ ନାଗରିକଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ପଠାଇବାର ବନ୍ଦୋବସ୍ତ କରିଛି ଏହି ଫାଉଣ୍ଡେସନ। ତୀର୍ଥଯାତ୍ରା ଅଭିମୁଖେ ବାହାରିଥିବା ଏହି ବସକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଏଥିସହ ବସରେ ନିଜେ ଯାତ୍ର କରିଥିଲେ।

ବରିଷ୍ଠ ନାଗରିକମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସେଠାରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି। ନିର୍ବାଚନମଣ୍ଡଳୀର ବଡ଼କାଏମା, ଅଭୟପୁର ଓ ଭାବନୀପୁର ପଞ୍ଚାୟତର ୬୦ବର୍ଷରୁ ଉର୍ଦ୍ଧ୍ବ ୪୨ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରରେ ଯାଇଛନ୍ତି। ପର୍ଯ୍ୟାୟକ୍ରମେ ନିର୍ବାଚନମଣ୍ଡଳୀର ଅନ୍ୟ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କୁ ଏହି ଯାତ୍ରରେ ସାମିଲ କରାଯିବ ବୋଲି ବିଧାୟକ ଏହି ଅବସରରେ ସୂଚନା ଦେଇଛନ୍ତି।  ପୁରୀ ଅଭିମୁଖେ ବାହାରିଥିବା ଯାତ୍ରୀମାନେ ଖୁସି ପ୍ରକଟ କରିବା ସହ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।

KNews Bureau

Recent Posts

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

23 seconds ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

6 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

11 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

27 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

34 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

40 mins ago