ଦେଶ ବିଦେଶ

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ଲାଗିଛି ସୁପ୍ରିମ୍‌ ଝଟ୍‌କା। ସିସୋଦିଆଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଜାମିନ ଆବେଦନ ଉପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ସୁପ୍ରିମକୋର୍ଟ ଅକ୍ଟୋବର ୧୭ରେ ଶୁଣାଣି ଶେଷ କରି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆଠ ମାସ ପୂର୍ବରୁ ୨୦୨୩ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।

ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଭି ତାଙ୍କ ଯୁକ୍ତିରେ କୋର୍ଟରେ କହିଥିଲେ ଯେ ସିସୋଦିଆଙ୍କ ସହ ଜଡ଼ିତ ସିଧାସଳଖ କୌଣସି ପ୍ରମାଣ ନାହିଁ ଏବଂ ସମସ୍ତ ପ୍ରମାଣ ଡକ୍ୟୁମେଣ୍ଟାରୀ ନେଚର୍‌ର ରହିଛି। ଏଣୁ ସିସୋଦିଆଙ୍କୁ ବାର୍ ପଛରେ ରଖିବାର କୌଣସି ଆବଶ୍ୟକ ନାହିଁ।

ସେପଟେ ଇଡିର ଅଭିଯୋଗ ହେଲା, ନୂଆ ମଦ ନୀତି ହିଁ ଧୋକା ଦେବା ପାଇଁ କରାଯାଇଛି। କମିଟି ଦ୍ୱାରା ବିଚାରବିମର୍ଶ ପରେ ନୂତନ ନୀତି ଏକ ପାରଦର୍ଶୀ ଢଙ୍ଗରେ କରାଯାଇଥିଲା ଏବଂ ତତ୍କାଳୀନ ଏଲ୍‌ଜି ଏହାକୁ ଅନୁମୋଦନ କରିଥିଲେ।

ବେଞ୍ଚ କହିଛନ୍ତି ଯେ ଯଦି ୬ରୁ ୮ ମାସ ମଧ୍ୟରେ ଟ୍ରାଏଲ୍‌ ଶେଷ ନ ହୁଏ କିମ୍ବା ଆସନ୍ତା ତିନିମାସ ମଧ୍ୟରେ ବିଚାର ପ୍ରକ୍ରିୟା ଯଦି ମନ୍ଥର ରୁହେ, ତେବେ ସିସୋଦିଆ ଜାମିନ ଆବେଦନ ପୁଣି ଦାଖଲ କରିପାରିବେ।

ଏହି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଏଜେନ୍ସି ଆମର ଅଧିକାଂଶ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନାହିଁ। ଟଙ୍କା ଓ ଧନ ଲେଣଦେଣର ଲିଙ୍କ ସ୍ପଷ୍ଟ ହୋଇଛି। ଯଦି ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ମନ୍ଥର ରୁହେ, ସିସୋଦିଆ ପୁଣି ଜାମିନ ଆବେଦନ କରିପାରିବେ। ଏହାର ଅର୍ଥ, ଆସନ୍ତା ତିନିମାସ ପାଇଁ ଜାମିନର ରାସ୍ତା ବନ୍ଦ ରହିବ।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago