ରାଜ୍ୟ

ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛି ପରିବାର, କେମିତି ବଞ୍ଚିବେ ସେନେଇ ଚିନ୍ତାରେ

ଭଞ୍ଜନଗର(କେନ୍ୟୁଜ୍ ): ବୁଢା ବାପା ମା ନିସ୍ତବ୍ଧ । କଣ କହିବେ କାହାକୁ କହିବେ କିଛି ବୁଝିପାରୁନାହାନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ ସନାତନ । ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ବୃଦ୍ଧ ବାପା , ମା’ । ସନାତନ ଯିବା ପରେ ଏବେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପରିବାରର ଭରଣ ପୋଷଣ କିଏ କରିବ , ତାକୁ ନେଇ ଏବେ ଚିନ୍ତାରେ ବୃଦ୍ଧ ବାପା-ମା’ ସ୍ତ୍ରୀ ଏବଂ ଦୁଇ ପୁଅ-ଝିଅ ।

ଏଇ କିଛି ଦିନ ତଳେ ଖବର ଆସିଥିଲା ଚଳନ୍ତା ବସ୍ ଭିତରେ ହିଁ  ଟଳିପଡିଥିଲେ ଡ୍ରାଇଭର । ବସ୍ ଟି ଧିରେ ଧିରେ ରାସ୍ତା କଡକୁ ଧକ୍କା ହୋଇ ଅଟକି ଯାଇଥିଲା । ନିଶ୍ଚିତ ବିପଦ ମୁହଁରୁ ବର୍ତିଯାଇଥିଲେ ବସ୍ ରେ ବସିଥିବା ସମସ୍ତ ଯାତ୍ରୀ । ଅଚେତ ହୋଇଯାଇଥିବା ଡ୍ରାଇଭରଙ୍କୁ ସଙ୍ଗେ ସଙ୍ଗେ ପାଖ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସନାତନ ସବୁଦିନ ପାଇଁ ଆଖି ବୁଜିଦେଲ । ହେଲେ ମୃତ୍ୟୁ ର କିଛି ସେକେଣ୍ଡ ପୂର୍ବରୁ, ଚଳନ୍ତା ଗାଡ଼ିକୁ ସ୍ଥିର ଅବସ୍ଥାକୁ ଆଣିଥିଲେ ସେ, ଓ ଶେଷରେ ନିଜେ ଗାଡ଼ିର ଷ୍ଟିଅରିଂ ଉପରେ ଟଳି ପଡ଼ିଥିଲେ।

କନ୍ଧମାଳ ଜିଲ୍ଲା ପାବୁରିଆ ନିକଟରେ ଘଟିଥିଲା ଏଭଳି ଘଟଣା । ମୃତ ଡ୍ରାଇଭର ସନାତନ ପ୍ରଧାନଙ୍କ ଘର ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କେପିଟି ଗାଁରେ। ସେ କନ୍ଧମାଳ ଟିକାବାଲି ରୁ ଭୁବନେଶ୍ୱର ଯାଉଥିବା ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ସନାତନଙ୍କ ମୃତ୍ୟୁ ଖବର ପାଇ କେପିଟି ଗାଁ ରେ ରହୁଥିବା ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ। ଗାଡ଼ି ଭିତରେ ହୃଦଘାତ ଯୋଗୁଁ ସନାତଙ୍କ ମୃତ୍ୟୁ ହୋଇଥିବା ଖବରକୁ ନେଇ ସନ୍ଦେହ କରାଯାଉଥିବା ଜଣାପଡିଛି ।

ଅନ୍ୟପକ୍ଷରେ, ଏଭଳି ପରିସ୍ଥିତିରେ ମୃତ ସନାତନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ସହିତ ତାଙ୍କ ବଡ଼ ପୁଅ ଶୁଭମ୍ ଙ୍କୁ କୌଣସି ସରକାରୀ ଚାକିରୀରେ ନିଯୁକ୍ତି ଦେବାପାଇଁ , ଗ୍ରାମବାସୀ ଏବଂ ପରିବାର ଲୋକେ , ସରକାରଙ୍କୁ ନିବେଦନ କରିଛନ୍ତି ।

 

Sonalisa

Recent Posts

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର…

7 mins ago

ଆମେଠିରେ ବଡ଼ ଦୁର୍ଘଟଣା: ବୋଲେରୋ ଓ ବାଇକ୍‌ ଧକ୍କାରେ ୫ ମୃତ, ୬ ଆହତ

ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାଣ୍ଟା-ଟାଣ୍ଡା ରାଜପଥର ମୁନ୍‌ସିଗଞ୍ଜର…

10 mins ago

କାଲି ଶୀତଳ ଷଷ୍ଠୀ ଯାତ୍ରା, ଦେବ ଦମ୍ପତିଙ୍କ ବାହାଘର ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର (କେନ୍ୟୁଜ): କାଲି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା…

13 mins ago

ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍: ସମାନ ନମ୍ବର ରଖି ହୋଇଛନ୍ତି ଟପ୍ପର

ପୁରୀ(କେନ୍ୟୁଜ): ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ…

20 mins ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ : ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି, ନୋ ଫ୍ଲାଇଂ ଜୋନରେ ଦିଲ୍ଲୀ

ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୭.୧୫…

24 mins ago

କଲରାପତରିଆ ବାଘ ଆତଙ୍କ : ୧୧ ଘଣ୍ଟାର ଉଦ୍ୟମ ପରେ କାବୁ କଲା ବନବିଭାଗ

ବାଲେଶ୍ବର (କେନ୍ୟୁଜ): ଦୀର୍ଘ ୧୧ ଘଣ୍ଟାର ଉଦ୍ୟମ ପରେ ବାଘକୁ କାବୁ କଲା ବନବିଭାଗ ।  କାଲି ଦିନ ସାରା…

34 mins ago