Below header

ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛି ପରିବାର, କେମିତି ବଞ୍ଚିବେ ସେନେଇ ଚିନ୍ତାରେ

ବାପା ମା ନିସ୍ତବ୍ଧ । କଣ କହିବେ କାହାକୁ କହିବେ କିଛି ବୁଝିପାରୁନାହାନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ ସନାତନ । ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ବୃଦ୍ଧ ବାପା , ମା' । ସନାତନ ଯିବା ପରେ ଏବେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ଭଞ୍ଜନଗର(କେନ୍ୟୁଜ୍ ): ବୁଢା ବାପା ମା ନିସ୍ତବ୍ଧ । କଣ କହିବେ କାହାକୁ କହିବେ କିଛି ବୁଝିପାରୁନାହାନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ ସନାତନ । ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ବୃଦ୍ଧ ବାପା , ମା’ । ସନାତନ ଯିବା ପରେ ଏବେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପରିବାରର ଭରଣ ପୋଷଣ କିଏ କରିବ , ତାକୁ ନେଇ ଏବେ ଚିନ୍ତାରେ ବୃଦ୍ଧ ବାପା-ମା’ ସ୍ତ୍ରୀ ଏବଂ ଦୁଇ ପୁଅ-ଝିଅ ।

ଏଇ କିଛି ଦିନ ତଳେ ଖବର ଆସିଥିଲା ଚଳନ୍ତା ବସ୍ ଭିତରେ ହିଁ  ଟଳିପଡିଥିଲେ ଡ୍ରାଇଭର । ବସ୍ ଟି ଧିରେ ଧିରେ ରାସ୍ତା କଡକୁ ଧକ୍କା ହୋଇ ଅଟକି ଯାଇଥିଲା । ନିଶ୍ଚିତ ବିପଦ ମୁହଁରୁ ବର୍ତିଯାଇଥିଲେ ବସ୍ ରେ ବସିଥିବା ସମସ୍ତ ଯାତ୍ରୀ । ଅଚେତ ହୋଇଯାଇଥିବା ଡ୍ରାଇଭରଙ୍କୁ ସଙ୍ଗେ ସଙ୍ଗେ ପାଖ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସନାତନ ସବୁଦିନ ପାଇଁ ଆଖି ବୁଜିଦେଲ । ହେଲେ ମୃତ୍ୟୁ ର କିଛି ସେକେଣ୍ଡ ପୂର୍ବରୁ, ଚଳନ୍ତା ଗାଡ଼ିକୁ ସ୍ଥିର ଅବସ୍ଥାକୁ ଆଣିଥିଲେ ସେ, ଓ ଶେଷରେ ନିଜେ ଗାଡ଼ିର ଷ୍ଟିଅରିଂ ଉପରେ ଟଳି ପଡ଼ିଥିଲେ।

କନ୍ଧମାଳ ଜିଲ୍ଲା ପାବୁରିଆ ନିକଟରେ ଘଟିଥିଲା ଏଭଳି ଘଟଣା । ମୃତ ଡ୍ରାଇଭର ସନାତନ ପ୍ରଧାନଙ୍କ ଘର ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କେପିଟି ଗାଁରେ। ସେ କନ୍ଧମାଳ ଟିକାବାଲି ରୁ ଭୁବନେଶ୍ୱର ଯାଉଥିବା ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ସନାତନଙ୍କ ମୃତ୍ୟୁ ଖବର ପାଇ କେପିଟି ଗାଁ ରେ ରହୁଥିବା ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ। ଗାଡ଼ି ଭିତରେ ହୃଦଘାତ ଯୋଗୁଁ ସନାତଙ୍କ ମୃତ୍ୟୁ ହୋଇଥିବା ଖବରକୁ ନେଇ ସନ୍ଦେହ କରାଯାଉଥିବା ଜଣାପଡିଛି ।

ଅନ୍ୟପକ୍ଷରେ, ଏଭଳି ପରିସ୍ଥିତିରେ ମୃତ ସନାତନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ସହିତ ତାଙ୍କ ବଡ଼ ପୁଅ ଶୁଭମ୍ ଙ୍କୁ କୌଣସି ସରକାରୀ ଚାକିରୀରେ ନିଯୁକ୍ତି ଦେବାପାଇଁ , ଗ୍ରାମବାସୀ ଏବଂ ପରିବାର ଲୋକେ , ସରକାରଙ୍କୁ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.