ଏଥର ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେଏଲ ରାହୁଲ, ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ୍‌

ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ଭାରତ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାଜୟ କରିଛି । ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ୍‌ ମ୍ୟାଚ୍‌ ପରେ ଶ୍ରେଷ୍ଠ ଫିଲ୍ଡିଂ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ଏଥର ଏହି ଆଓ୍ଵାର୍ଡ ପାଇଛନ୍ତି କେଏଲ ରାହୁଲ ।

ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍‌ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମ୍‌ ଡ୍ରେସିଂ ରୁମରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍‌ ପରେ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଶ୍ରେଷ୍ଠ ଫିଲଡର ମେଡାଲ ଦେଇଥାନ୍ତି । ସବୁ ମ୍ୟାଚ ପରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଶ୍ରେଷ୍ଠ ଫିଲ୍ଡର ଆଓ୍ଵାର୍ଡ ଦିଆଯାଇଛି । ଏଥର ଏହି ଆଓ୍ଵାର୍ଡ ପାଇଛନ୍ତି କେଏଲ ରାହୁଲ । ତା’ ପୁଣି ଭିନ୍ନ ଅନ୍ଦାଜରେ ।

ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ଭାରତ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାଜୟ କରିଛି । ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ୍‌ ମ୍ୟାଚ୍‌ ପରେ ଶ୍ରେଷ୍ଠ ଫିଲ୍ଡିଂ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ଏହାପରେ ଫିଲ୍ଡିଂ କୋଚ ସବୁ ଖେଳାଳିଙ୍କୁ ବାହାରକୁ ଆଣିଥିଲେ । ଷ୍ଟାଡିୟମରେ ଏଲଇଡି ଲାଇଟ ଜରିଆରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ଏହି ମ୍ୟାଚରେ କେଏଲ ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ ମିଳିଥିଲା । ଇଂଲଣ୍ଡର ୬ ଖେଳାଳି ବୋଲ୍ଡ ହୋଇଥିବା ବେଳେ ୨ ଜଣ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ । ଏଥିରୁ ଗୋଟିଏ କ୍ୟାଚ୍‌ ଆଉଟ୍‌ ଏବଂ ଷ୍ଟମ୍ପିଂ ରହିଥିଲା । ଦୁଇଟି ଯାକ କେଏଲ ରାହୁଲ ନେଇଥିଲେ ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବ୍ୟାଟର ନିରାଶ କରିଥିଲେ, କିନ୍ତୁ ବୋଲିଂରେ କମାଲ କରିଥିଲେ ବୁମରା, ସାମି ଏବଂ କୁଲଦୀପ ଯାଦବ । ଅଧିନାୟକ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ଛଡା ଆଉ କେହି ଭଲ ଖେଳିପାରିନଥିଲେ । ଭାରତ ୫୦ ଓଭରରେ ମାତ୍ର ୨୨୯ ରନ ଆଉଟ୍‌ ହୋଇଯାଇଥିଲା । ଯାହାର ଜବାବରେ ଇଂଲଣ୍ଡ ୧୨୯ ରନ୍‌ କରି ଅଲଆଉଟ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.