Below header

ଟ୍ରେନ ଦୁର୍ଘଟଣାସ୍ଥଳକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କୁ ଯିବାପାଇଁ  ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବିଜୟନଗରମ୍ ଟ୍ରେନ ଦୁର୍ଘଟଣା ସ୍ଥଳକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଯିବାପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହସ୍ପିଟାଲରେ ଆହତଙ୍କୁ ଭେଟିବେ ।

ବିଜୟନଗରମ୍ ଟ୍ରେନ ଦୁର୍ଘଟଣା ସ୍ଥଳକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଯିବାପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହସ୍ପିଟାଲରେ ଆହତଙ୍କୁ ଭେଟିବେ । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସହ ଦୁର୍ଘଟଣାସ୍ଥଳ ଯିବେ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର । ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି।

ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ସହଯୋଗ କରିବାକୁ ଗତକାଲି ସ୍ବତନ୍ତ୍ର ରିଲିଫ କମିଶନର ଏବଂ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ଯାଇଛି । ଦୁର୍ଘଟଣାରେ ମୃତ୍ୟୁ ନେଇ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିପରି କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟଙ୍କ ସହାୟତା ପାଇଁ ଜାରି ହୋଇଛି ହେଲପ ଲାଇନ ନମ୍ବର । ଏହି ହେଲପ ଲାଇନ୍ ନମ୍ବର ହେଲା ୯୯୩୭୮୨୪୭୫୨ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.