ଏବେ Earbuds ଏବଂ Headphone ରୁ ଜଣାପଡିବ ହାର୍ଟ ରେଟ୍‌, ଗୁଗଲ ଟେଷ୍ଟ କଲା ଏହି ଟେକ୍ନୋଲୋଜି

ହେଡଫୋନ୍‌ ଏବଂ ଇୟରବଡ୍ସର ବଢୁଥିବା ବ୍ୟବହାରକୁ ଦେଖି ଗୁଗଲ ଏକ ଟେକ୍ନୋଲୋଜି ଡେଭଲପ୍ କରିଛି । ଯାହା ସାହାଯ୍ୟରେ ଆପଣ ଏହି ଦୁଇଟି ଡିଭାଇସ୍‌ ମାଧ୍ୟମରେ ନିଜର ହାର୍ଟରେଟ୍‌ ଜାଣିପାରିବେ ।

ୱାୟରଲେସ ଇୟରବଡ ଏବଂ ହେଡଫୋନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମିଟିଂ, ମେଟ୍ରୋ, ବସ୍ ସମେତ ଲୋକମାନେ ଏହି ଗ୍ୟାଜେଟଗୁଡ଼ିକୁ ସବୁ ସ୍ଥାନରେ ବ୍ୟବହାର କରୁଛନ୍ତି । ହିୟରେବଲ ଗ୍ୟାଜେଟଗୁଡିକର ବ୍ୟବହାରକୁ ଦୃଷ୍ଟିରେ ରଖି ଗୁଗଲ ଏକ ଟେକ୍ନୋଲୋଜି ଡେଭଲପ୍ କରିଛି ଯାହା ସାହାଯ୍ୟରେ ଆପଣ ଇୟରବଡସ୍ ଏବଂ ହେଡଫୋନ୍ ମାଧ୍ୟମରେ ଆପଣଙ୍କର ହାର୍ଟରେଟ ଜାଣିପାରିବେ । ଏହାର ଅର୍ଥ, ଗୀତ ଶୁଣିବା ସହିତ ଆପଣ ନିଜର ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟ ଜାଣିପାରିବେ ।

IANS ରିପୋର୍ଟ ଅନୁଯାୟୀ, ଗୁଗଲ ବୈଜ୍ଞାନିକମାନେ ସଫଳତାର ସହିତ Audioplethysmography (APG)ର ସଫଳ ପରୀକ୍ଷଣ କରିଛନ୍ତି । ଏଥିରେ ଅଲ୍ଟ୍ରାସାଉଣ୍ଡ ସାହାଯ୍ୟରେ ହିୟରେବଲ୍ସ ଜରିଆରେ ଜଣେ ବ୍ୟକ୍ତିଙ୍କ ହାର୍ଟରେଟ ମପାଯାଏ । ଭଲ କଥା ହେଉଛି ଏଥିପାଇଁ କୌଣସି ଆଡିସନାଲ ସେନ୍ସରର ଆବଶ୍ୟକ ନାହିଁ, ତେଣୁ ହିୟରେବଲ୍ସର ବ୍ୟାଟେରୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଗୁଗଲ ବୈଜ୍ଞାନିକମାନେ ୧୫୩ ଜଣଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ ଏବଂ ପ୍ରାୟ ୨ ରାଉଣ୍ଡ ପରେ ଏହି ଏକ୍ସପେରିଏନ୍ସ ସେୟାର କରିଥିଲେ ।

ଅଧ୍ୟୟନ ଅନୁଯାୟୀ, APG କ୍ରମାଗତ ଭାବରେ ସଠିକ୍ ହାର୍ଟରେଟ (ସମସ୍ତ କାର୍ଯ୍ୟକଳାପ ପରିପ୍ରେକ୍ଷୀରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ୩.୨୧ ପ୍ରତିଶତ ହାରାହାରି ତ୍ରୁଟି) ଏବଂ ହାର୍ଟରେଟ ପରିବର୍ତ୍ତନଶୀଳତା (ଅନ୍ତର – ବିଟ୍ ବ୍ୟବଧାନରେ ୨.୭୦ ପ୍ରତିଶତ ହାରାହାରି ତ୍ରୁଟି) ମାପ ହାସଲ କରିଥାଏ । ଏହାର ଅର୍ଥ ଏଥିରେ ଅଧିକ ଏରର ନାହିଁ । ଗୁଗଲର ବ୍ଲଗ୍ ପୋଷ୍ଟ ଅନୁଯାୟୀ କମ୍ପାନୀ କହିଛି ଯେ ସେମାନେ ଏକ ଲାଟେଷ୍ଟ ଆକ୍ଟିଭ ଇନ-ଇୟର ହେଲଥ ସେନ୍ସିଂ ପଦ୍ଧତି ଉପସ୍ଥାପନ କରିଛନ୍ତି ।

APG ଆଡିସନାଲ ସେନ୍ସର ବିନା ଏବଂ ବ୍ୟାଟେରୀ ଲାଇଫ ଉପରେ କୌଣସି ପ୍ରଭାବ ନପକାଇ, ANC ହିୟରେବଲ୍ସକୁ ଯୁଜର୍ସଙ୍କ ଶାରୀରିକ ସଙ୍କେତ, ଯେପରି ହାର୍ଟରେଟ, ହାର୍ଟରେଟରେ ପରିବର୍ତ୍ତନଶୀଳତାକୁ ଧ୍ୟାନରେ ରଖି ସକ୍ଷମ କରିଥାଏ । ଅଡିଓପ୍ଲେଥାଇସମୋଗ୍ରାଫି ସୀମା ତଳେ 80DB ମାର୍ଜିନ ସହିତ ସୁରକ୍ଷା ନିୟମର ପାଳନ କରେ ଏବଂ ସିଲ୍ ସ୍ଥିତି ଦ୍ୱାରା ପ୍ରଭାବିତ ହୋଇନଥାଏ ଏବଂ ଏଥିରେ ସମସ୍ତ ତ୍ୱଚା ଟୋନ ସାମିଲ ରହିଥାଏ ।

ବ୍ଲଗ୍ ପୋଷ୍ଟ ଅନୁଯାୟୀ, APG ଏକ ସଫ୍ଟୱେର୍ ଅପଗ୍ରେଡ୍ ସହିତ କୌଣସି ଟୁ ୱାୟରଲେସ ସ୍ଟିରିଓ (TWS) ଆକ୍ଟିଭ ନଏଜ କ୍ୟାନ୍ସଲିଂ ହେଡଫୋନକୁ ସ୍ମାର୍ଟ ସେନ୍ସିଂ ହେଡଫୋନରେ ବଦଳାଇ ଦେଇଥାଏ । ଏହା ବିଭିନ୍ନ ୟୁଜର୍ସ ଗତିଵିଧିରେ ମଜବୁତ ଭାବରେ କାମ କରିଥାଏ । ସେନ୍ସିଂ କୋରିୟର ସିଗନାଲ ସମ୍ପୂର୍ଣ୍ଣ ରୂପରେ ଇନଅଡିବଲ ହୋଇଥାଏ । ଯାହା ଗୀତ ବାଜିବା ଦ୍ୱାରା ପ୍ରଭାବିତ ହୋଇନଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.