ସୂଚନା ଅଧିକାର ପରିସରରେ ରହିବ କି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ? ଆଜି ଆସିବ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲା(କେନ୍ୟୁଜ୍) : ସୂଚନା ଅଧିକାର ଆଇନ ପରିସରରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତରେ ଆଜି ଆସିବ ସୁପ୍ରିମ କୋର୍ଟଙ୍କ ରାୟ। ପ୍ରଧାନ ବିଚାରପତି ରଞ୍ଚନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅପରାହ୍ନ ୨ଟାରେ ଏହଗି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସର ରହିବା ନେଇ ରାୟ ଶୁଣାଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୧୦ରେ ସୁପ୍ରିମକୋର୍ଟ ମହାସଚିବ ଓ ଏହାର କେନ୍ଦ୍ରୀୟ ଜନସୂଚନା ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏପ୍ରିଲ ୪ତାରିଖରେ ଏହାର ଶୁଣାଣି କରି ସମ୍ବିଧାନ ପୀଠ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟରେ ନ୍ୟାୟପାଳିକାର ସ୍ୱାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହେଁ, ବରଂ ଏ ଦିଗରେ ବହୁ ଗୁରୁଦାୟିତ୍ୱ ସଂପାଦନ କରିବାକୁ ପଡ଼ିବ ବୋଲି କହିଥିଲେ। ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ସୂଚନା ଅଧିକାର ଆଇନ ଆଧାରରେ ବିଚାରପତିଙ୍କ କାମ ସାର୍ବଜନୀନ ହେବା ଉଚିତ । ପ୍ରଧାନ ବିଚାରପତି ସମେତ କଲେଜିୟମର ଅନ୍ୟ ବିଚାରପତି ମଧ୍ୟ ନିଷ୍ଠାର ସହ କାମ କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏନ.ଭି ରମନ୍ନା, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଶେଷ ହୋଇ ରାୟ ସଂରକ୍ଷିତ ରହିଛି ।

KNews Bureau

Recent Posts

କୁନୋ ଜାତୀୟ ଉଦ୍ୟାନ: ଭୀଷଣ ଗରମରେ ଚିତା ଶାବକର ମୃତ୍ୟୁ ଆଶଙ୍କା, ବ୍ୟବଚ୍ଛେଦ ପରେ ହିଁ ହେବ ସ୍ପଷ୍ଟ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୩ ମାସ…

9 mins ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

19 mins ago

ଗଛର ମଣିଷ ୭୦ବର୍ଷିୟ ନରୋତ୍ତମ ଦାସ, ଯାହାଙ୍କ ମନୋବଳ ଆଗରେ ହାର ମାନିଛି ବୟସ

ଉଦଳା(କେନ୍ୟୁଜ): ବୟସ ପାଖାପାଖି ୭୦ ହେବ । ହେଲେ ପରିବେଶ ଚିନ୍ତା ପାଇଁ ସବୁବେଳେ ସେ ନିଜ ଚେଷ୍ଟା ଜାରି…

20 mins ago

ଟି୨୦ ବିଶ୍ୱକପ ୨୦୨୪: ଆଜି ମୁହାଁମୁହିଁ ହେବେ ଭାରତ-ଆୟରଲାଣ୍ଡ, ବିଜୟ ଅଭିଯାନ ଆରମ୍ଭ କରିବ ରୋହିତ ବାହିନୀ

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଯାଇଛି । ଆଜି ଟି ୨୦ ବିଶ୍ବକପରେ ଭାରତ- ଆୟରଲାଣ୍ଡ ଲଢେଇ । ବିଜୟ…

35 mins ago

ଜିଓର ଦମଦାର ରିଚାର୍ଜ ପ୍ଲାନ, ୫ ଟଙ୍କାରୁ ବି କମ ଦାମରେ ମିଳିବ 1GB ଡାଟା

ଆଜିର ଡିଜିଟାଲ୍ ଯୁଗରେ ଅଧିକାଂଶ ଲୋକ ସ୍ମାର୍ଟଫୋନ୍ ଆବଶ୍ୟକ କରନ୍ତି ଏବଂ ଇଣ୍ଟରନେଟ୍ ବିନା ସ୍ମାର୍ଟଫୋନର କୌଣସି ଲାଭ ନାହିଁ…

1 hour ago

ଦିଲ୍ଲୀ: ଆଖି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ପହଞ୍ଚିଲା ୧୬ ଦମକଳ ଗାଡ଼ି

ଦିଲ୍ଲୀ ଲାଜପତ ନଗରରେ ଏକ ଶିଶୁ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା…

1 hour ago