Below header

ସୂଚନା ଅଧିକାର ପରିସରରେ ରହିବ କି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ? ଆଜି ଆସିବ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲା(କେନ୍ୟୁଜ୍) : ସୂଚନା ଅଧିକାର ଆଇନ ପରିସରରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତରେ ଆଜି ଆସିବ ସୁପ୍ରିମ କୋର୍ଟଙ୍କ ରାୟ। ପ୍ରଧାନ ବିଚାରପତି ରଞ୍ଚନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅପରାହ୍ନ ୨ଟାରେ ଏହଗି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସର ରହିବା ନେଇ ରାୟ ଶୁଣାଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୧୦ରେ ସୁପ୍ରିମକୋର୍ଟ ମହାସଚିବ ଓ ଏହାର କେନ୍ଦ୍ରୀୟ ଜନସୂଚନା ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏପ୍ରିଲ ୪ତାରିଖରେ ଏହାର ଶୁଣାଣି କରି ସମ୍ବିଧାନ ପୀଠ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟରେ ନ୍ୟାୟପାଳିକାର ସ୍ୱାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହେଁ, ବରଂ ଏ ଦିଗରେ ବହୁ ଗୁରୁଦାୟିତ୍ୱ ସଂପାଦନ କରିବାକୁ ପଡ଼ିବ ବୋଲି କହିଥିଲେ। ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ସୂଚନା ଅଧିକାର ଆଇନ ଆଧାରରେ ବିଚାରପତିଙ୍କ କାମ ସାର୍ବଜନୀନ ହେବା ଉଚିତ । ପ୍ରଧାନ ବିଚାରପତି ସମେତ କଲେଜିୟମର ଅନ୍ୟ ବିଚାରପତି ମଧ୍ୟ ନିଷ୍ଠାର ସହ କାମ କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏନ.ଭି ରମନ୍ନା, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଶେଷ ହୋଇ ରାୟ ସଂରକ୍ଷିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.