ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ

ପାକିସ୍ତାନରେ ମହଙ୍ଗା ମାଡ଼ ଯୋଗୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦୈନନ୍ଦିନ ବ୍ୟବହୃତ ଜିନିଷ ପରିବାଠାରୁ ଆରମ୍ଭ କରି ଦୁଗ୍ଧ ପଯ୍ୟର୍ନ୍ତ, ସବୁର ଦର ଆକାଶଛୁଆଁ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଦରବୃଦ୍ଧିକୁ ରୋକିବା ପାଇଁ ସେଠାକାର ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏକ ପାକିସ୍ତାନୀ ଟିଭି ଚ୍ୟାନେଲ ମୁତାବକ, ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଦୁଗ୍ଧର ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

milk1

ଏହାସହ ପଢ଼ନ୍ତୁ: ମା’ ପେଟରୁ ଜନ୍ମ ନେଲା ‘ଲାଙ୍ଗୁଡ଼’ ଥିବା ଛୁଆ, ଦେଖିବା ପାଇଁ ହସ୍ପିଟାଲରେ ନାହିଁ ନ ଥିବା ଭିଡ଼

ସିନ୍ଧ ହାଇକୋର୍ଟ କହିଛନ୍ତି, ଏବେ କରାଚିରେ ଦୁଗ୍ଧ ପ୍ରତି ଲିଟର ୯୪ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଯିଏ ଏହାଠାରୁ ଅଧିକ ମୂଲ୍ୟରେ ଦୁଗ୍ଧ ବିକ୍ରି କରିବ, ତା’ ବିରୋଧରେ ଅବମାନନା ମାମଲା ରୁଜୁ କରାଯିବ। କରାଚିରେ ରହୁଥିବା ଇମ୍ରାନ୍‌ ଶହଜାଦ୍‌ ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସହରର କେତେକ ଜାଗାରେ ଏବେ ଦୁଗ୍ଧ ପ୍ରତି ଲିଟର ୧୧୦ ଟଙ୍କାରେ ମିଳୁଛି। ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୫ରେ ହେବ।

toma

ଏହାସହ ପଢ଼ନ୍ତୁ: ଡାକ୍ତର ଅପରେଶନ କରୁଥିବା ବେଳେ ଗୀତ ଗାଉଥିଲେ ୬ ବର୍ଷର ବାଳକ, ଭିଡିଓରେ ହେଲା ଖୁଲାସା

ଅନ୍ୟପକ୍ଷରେ କେବଳ ଦୁଗ୍ଧ ନୁହେଁ, ପାକିସ୍ତାନରେ ଟମାଟରର ଦାମ୍‌ ମଧ୍ୟ ଆକାଶଛୁଆଁ ରହିଛି। କେବଳ ଗୋଟିଏ ଦିନରେ ଟମାଟରର ଦାମ୍‌ ୧୬୦ ଟଙ୍କା ବୃଦ୍ଧି ଘଟିଛି। ଏହି କାରଣରୁ ଦେଶରର କିଛି ସହରରେ ଟମାଟରର ମୂଲ୍ୟ ପ୍ରତି କିଲୋ ୩୨୦ ଟଙ୍କା ପଯ୍ୟର୍ନ୍ତ ପହଞ୍ଚିଯାଇଛି। କିନ୍ତୁ ସେପଟେ ପାକିସ୍ତାନର କେତେଜଣ ମନ୍ତ୍ରୀ ମୂଲ୍ୟ ବଢ଼ି ନ ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.