ଦେଶ ବିଦେଶ

ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ‘ନିଜ ଆଡୁ ମାମଲା ରୁଜୁ କର’

କେନ୍ୟୁଜ୍(ବ୍ୟୁରୋ):  ଘୃଣା ଭାଷଣ ମାମଲାରେ ସୁପ୍ରିମ କୋର୍ଟଙ୍କ କଠୋର ଆଭିମୂଖ୍ୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ। କୌଣସି ହେଟ୍‌ ସ୍ପିଚ୍‌ ମାମଲାରେ ନିଜ ଆଡୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଘୃଣା ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଧର୍ମ, ଜାତିକୁ ନଦେଖି ସିଧା ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟର ଜଷ୍ଟିସ କେଏମ ଜୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲା ରୁଜୁ କରିବାରେ ଅବହେଳା ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ବିବେଚନା କରାଯିବ ବୋଲି ଚେତାବନୀ ଦେଇଛନ୍ତି ଖଣ୍ଡପୀଠ। ୨୦୨୨ ଅକ୍ଟୋବର ୨୧ ତାରିଖରେ ଖଣ୍ଡପୀଠ ଏହି ଆଦେଶ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଘୃଣା ଭାଷଣ ନେଇ ନିର୍ଦ୍ଦେଶ ଦେଇଥିଲେ। ଘୃଣା ଭାଷଣ ଦେଇଥିବା ବ୍ୟକ୍ତିଙ୍କ ଧର୍ମକୁ ଅଣଦେଖା କରି ଭାରତର ଧର୍ମନିରପେକ୍ଷତାକୁ ଅକ୍ଷୁଣ୍ଣ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

KNews Bureau

Recent Posts

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

31 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

42 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

1 hour ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

2 hours ago