ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ‘ନିଜ ଆଡୁ ମାମଲା ରୁଜୁ କର’
ହେଟ୍ ସ୍ପିଚ୍ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଠୋର ଆଭିମୁଖ୍ୟ।ଘୃଣା ଭାଷଣ ନେଇ ନିଜ ଆଡୁ ମାମଲା ରୁଜୁ କରିବାକୁ ସମସ୍ତ ରାଜ୍ୟର ପୋଲିସକୁ ନିର୍ଦ୍ଦେଶ। ଭାରତର ଧର୍ମନିରେପକ୍ଷତା ଅକ୍ଷୁଣ୍ଣ ରଖିବାକୁ ହେଟ୍ ସ୍ପିଚ ଦେଉଥିବା ବ୍ୟକ୍ତିଙ୍କ ଧର୍ମକୁ ଅଣଦେଖା ପାଇଁ ପରାମର୍ଶ। ମାମଲା ରୁଜୁ କରିବାରେ ଅବହେଳା ହେବ କୋର୍ଟଙ୍କ ଅବମାନନା।
କେନ୍ୟୁଜ୍(ବ୍ୟୁରୋ): ଘୃଣା ଭାଷଣ ମାମଲାରେ ସୁପ୍ରିମ କୋର୍ଟଙ୍କ କଠୋର ଆଭିମୂଖ୍ୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ। କୌଣସି ହେଟ୍ ସ୍ପିଚ୍ ମାମଲାରେ ନିଜ ଆଡୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଘୃଣା ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଧର୍ମ, ଜାତିକୁ ନଦେଖି ସିଧା ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟର ଜଷ୍ଟିସ କେଏମ ଜୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲା ରୁଜୁ କରିବାରେ ଅବହେଳା ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ବିବେଚନା କରାଯିବ ବୋଲି ଚେତାବନୀ ଦେଇଛନ୍ତି ଖଣ୍ଡପୀଠ। ୨୦୨୨ ଅକ୍ଟୋବର ୨୧ ତାରିଖରେ ଖଣ୍ଡପୀଠ ଏହି ଆଦେଶ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଘୃଣା ଭାଷଣ ନେଇ ନିର୍ଦ୍ଦେଶ ଦେଇଥିଲେ। ଘୃଣା ଭାଷଣ ଦେଇଥିବା ବ୍ୟକ୍ତିଙ୍କ ଧର୍ମକୁ ଅଣଦେଖା କରି ଭାରତର ଧର୍ମନିରପେକ୍ଷତାକୁ ଅକ୍ଷୁଣ୍ଣ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।