Below header

କେହି ଅଭିଯୋଗ କରି ନଥିଲେ ମଧ୍ୟ ହେଟ୍‌ ସ୍ପିଚ୍‌ ପାଇଁ ମାମଲା ଦାୟର ହୋଇ ପାରିବ, କହିଲେ ସୁପ୍ରିମକୋର୍ଟ

ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ସମ୍ପର୍କରେ ସୁପ୍ରମକୋର୍ଟ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କେଉଁଠି ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ଦେଖିବାକୁ ମିଳିଲେ ପୋଲିସ ସୋ ମୋଟୋ ମାମଲା ଦାୟର କରି ପାରିବ ।ଯଦି ଏଥିପାଇଁ କେହି ଅଭିଯୋଗ କରନ୍ତୁ ବା ନ କରନ୍ତୁ ।

ନୂଆଦିଲ୍ଲୀ : ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ସମ୍ପର୍କରେ ସୁପ୍ରମକୋର୍ଟ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କେଉଁଠି ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ଦେଖିବାକୁ ମିଳିଲେ ପୋଲିସ ସୋ ମୋଟୋ ମାମଲା ଦାୟର କରି ପାରିବ ।ଯଦି ଏଥିପାଇଁ କେହି ଅଭିଯୋଗ କରନ୍ତୁ ବା ନ କରନ୍ତୁ । କୋର୍ଟ ଆହୁରି କହିଛନ୍ତି ଯେ ଜାତି ଧର୍ମ ନିର୍ବିଶେଷରେ ଯିଏ ହେଉନ୍ତୁନା କାହିଁକି ଯଦି ଘୃଣା ମନ୍ତବ୍ୟ ଦିଅନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।

ହେଟ୍‌ ସ୍ପିଚ୍‌ ଦେଶର ଧର୍ମ ନିରପେକ୍ଷତାକୁ ପ୍ରଭାବିତ କରୁଥିବାରୁ ହେଟ୍‌ ସ୍ପିଚ୍‌ ମାମଲାର ବିଳମ୍ବକୁ କୋର୍ଟ ଅବମାନନା ବୋଲି ଧରି ନିଆଯିବ ବୋଲି କୋର୍ଟ ସତର୍କ କରାଇ ଦେଇଛନ୍ତି । ପ୍ରକାଶଯୋଗ୍ୟ, ନିକଟରେ ମୋଦି ସାଙ୍ଗିଆ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଳ ଗାନ୍ଧି ୨ ବର୍ଷ ଜେଲ ଦଣ୍ଡ ପାଇଥିଲେ । ଯେଉଁଥିପାଇଁ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.