ଦେଶ ବିଦେଶ

ନାଇଟ୍‌ କର୍ଫ୍ୟୁରେ ପାର୍ଟି କରି ଗିରଫ ହେଲେ ସୁରେଶ ରାଇନା, ଆହୁରି ୩୪ ଜଣଙ୍କ ଉପରେ ରୁଜୁ ହେଲା ମାମଲା

ଦେଶରେ ଛଅ ମାସ ପରେ ମଙ୍ଗଳବାର ଦିନ ପୁଣି ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ତେଣୁ ମୁମ୍ବାଇ ସମେତ ଅନ୍ୟ କିଛି ସହରରେ ଏବେ ବି କରୋନା ସଂକ୍ରମଣକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯାଉଛି। ସୂଚନା ମୁତାବକ ମୁମ୍ବାଇରେ ୨୨ ଡିସମ୍ବେର ଠାରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି।

ତେବେ ଏହିସବୁ ମଧ୍ୟରେ ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଡ୍ରାଗନ ଫ୍ଲାଏ ନାମକ ଏକ ପବରେ ପୋଲିସ ଚଢ଼ାଉ କରିଥିଲା। ଯେଉଁଥିରେ ୩୪ ଜଣଙ୍କ ବିରୋଧରେ କରୋନା ସଂକ୍ରମଣ ନିୟମ ଏବଂ ଲକଡାଉନ ଉଲଙ୍ଘନ କରିବା ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଏହି ୩୪ ଜଣଙ୍କ ମଧ୍ୟରୁ ଅଧିକ ସେଲିବ୍ରିଟୀ ଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନାଙ୍କ ନାମ ମଧ୍ୟ ସାମିଲ ଅଛି। ସମସ୍ତଙ୍କୁ ଗିରଫ କରାଯାଇଛି। କିନ୍ତୁ ଏବେ ତାଙ୍କୁ ଜାମିନ ମିଳିଥିବା ସୂଚନା ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୁମ୍ବାଇରେ କୋଭିଡ ଏବଂ ଲକଡାଉନ ନିୟମ ଅନୁଯାୟୀ ପବ୍‌ ଖୋଲାଯିବାର ଅଧିକତମ ସମୟ ହେଉଛି ରାତି ୧୧.୩୦। କିନ୍ତୁ ଯେଉଁ ପବରେ ଏମାନେ ପାର୍ଟି କରୁଥିଲେ ତାହା ସକାଳ ୪ଟା ପର୍ଯ୍ୟନ୍ତ ଖୋଲା ଥିଲା। ଯାହାପରେ ପୋଲିସ ପାଖରେ ଖବର ପହଁଚିଥଲା। ଏହାପରେ ଚଢ଼ାଉ କରି ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Pritiparna

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

6 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

6 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

9 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

10 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

10 hours ago